ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ତରଫରୁ ଆଜି ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମହାସଂଘର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ପ୍ରତାପ ସାହୁଙ୍କ ନେତୃତ୍ୱରେ ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଏବଂ ସୁବାଷ କୁମାର ତାରଣିଆଁ ପ୍ରମୁଖ ଭୁବନେଶ୍ୱରସ୍ଥିତ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ ନିକଟସ୍ଥ ଗଣକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ସାରା ଓଡ଼ିଶାରେ ଗଣକବି ଭାବେ ପରିଚିତ ବୈଷ୍ଣବ ପାଣି ୧୮୮୨ ମସିହା ପବିତ୍ର କୁମାର ପୂର୍ଣ୍ଣିମା ଦିନ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଅତ୍ୟନ୍ତ ସରଳ, ସ୍ୱାବଲୀଳ, ଗ୍ରାମ୍ୟ ଜୀବନର ଭାଷାା ମାଧ୍ୟମରେ ସେ ରଚନା କରିଛନ୍ତି ଅନେକ ଗୀତିନାଟ୍ୟ, ଭଜନ, ଜଣାଣ । ବ୍ରିଟିଶ ଶାସନ ସମୟରେ ଓଡ଼ିଶାର ସାମାଜିକ ଚିତ୍ର, ଅନ୍ଧବିଶ୍ୱାସ, ନିଶା ନିବାରଣ ସର୍ବୋପରି କୁସଂସ୍କାର ଉପରେ ଗୀତିନାଟ୍ୟ ଓ ନାଟକ ରଚନା କରିଥିଲେ । ନିଜର ଲୋକାଭିମୁଖୀ ରଚନା ପାଇଁ ସେ ଗଣକବି ଓ ବିଦଗ୍ଧ କବି ଭାବରେ ସେ ବେଶ୍ ପ୍ରସିଦ୍ଧ । ଓଡିଶାକୁ ମଦମୁକ୍ତ କରିବା ପାଇଁ ତାଙ୍କର ଯେଉଁ ଦୃଢ ସଂକଳ୍ପ ଓ ଅଭିଯାନ ତାହା ବାସ୍ତବିକ ବେଶ୍ ପ୍ରଶଂସନୀୟ । ନିନ୍ଦା ଅପବାଦ, ଦାରିଦ୍ର୍ୟ ମଧ୍ୟରେ ତାଙ୍କର ଜୀବନ ଅତିବାହିତ ହୋଇଥିଲେ ମଧ୍ୟ ତାଙ୍କ ଜ୍ଞାନର ଆଲୋକ ଆଜି ବି ସମସ୍ତଙ୍କୁ ନୂତନ ଦିଗ୍ଦର୍ଶନ ଦେଇ ଆସୁଛି । ତାଙ୍କର ଅଧୁରା ସ୍ୱପ୍ନକୁ ଅର୍ଥାତ୍ ମଦମୁକ୍ତ ଓଡିଶା ଗଠନ ଅଭୀଯାନକୁ ସଫଳ କରାଇ ପାରିଲେ ତାହା ହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଳୀ ଶ୍ରୀ ସାହୁ ପ୍ରକାଶ କରିଥିଲେ ।
ଉକ୍ରଳ ସମ୍ମିଳନୀ
ରବିବାର ସ୍ଥାନୀୟ ଉକôଳ ସଙ୍ଗୀତ ମହାବିଦ୍ୟାଳୟ ନିକଟରେ ସ୍ଥାପିତ ଗଣକବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତିରେ ଉକôଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଗଣକବିଙ୍କ ଜନ୍ମଦିବସ ଅବସରରେ ଆୟୋଜିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରି କହିଥିଲେ ଯେ, ଆଜି ଯେପରି ଭାବେ ଗଣକବିଙ୍କ ପ୍ରତିମୂର୍ତ୍ତି ମରାମତି କରାଯିବା ସହିତ ରଙ୍ଗ ଦିଆଯାଇଛି, ଠିକ୍ ସେହିପରି ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଜନ୍ମଦିନ ପୁର୍ବରୁ ଏଭଳି କରାଯିବା ଆବଶ୍ୟକ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚେଶ୍ୱର ଶାଖା ଉପ-ସଭାପତି ଶୀତଳ ଚନ୍ଦ୍ର ମହାନ୍ତି, ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁବୁନ୍ଧି, ବାସନ୍ତୀ ତ୍ରିପାଠୀ, ଯୁଗ୍ମ-ସଂପାଦକ ଅଶୋକ ପାଲଟାସିଂହ, ମହେଶ୍ୱର ବିଶ୍ୱାଳ, ଶିବ ପ୍ରସାଦ ମିଶ୍ର, କ୍ଷେତ୍ର ମୋହନ ନାୟକ, ଅକ୍ଷୟ ଜେଠୀ, ପ୍ରକାଶ କୁମାର ସାମଲ ଓ ଲଗ୍ନଦୀପା ମିଶ୍ର ପ୍ରମୁଖ ବହୁ ସଦସ୍ୟସଦସ୍ୟା ଭାଗ ନେଇ ବରପୁତ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଶେଷରେ ବନେ୍ଦ-ଉକôଳ ଜନନୀ, ଗଣକବି – ଅମର ରୁହ ଧ୍ୱନୀ ଦିଆଯିବା ସହିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*