ଗଡସେ ଦେଶଭକ୍ତ ଥିବା ବୟାନ ପାଇଁ ପ୍ରତିରକ୍ଷା ସଂସଦୀୟ କମିଟିରୁ ହଟିବେ ପ୍ରଜ୍ଞା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାଜପା ସାଂସଦ ପ୍ରଜ୍ଞା ଠାକୁର ଲୋକସଭାରେ ନାଥୁରାମ ଗଡସେକୁ ଦେଶଭକ୍ତ କହିବା ନେଇ ବିବାଦ ସୃଷ୍ଟି ହୋଇଛି । ବିରୋଧୀ ଦଳ ନେତମାନେ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନ‡ା ମଧ୍ୟ ଗୁରୁବାର ପ୍ରଜ୍ଞାଙ୍କ ବୟାନକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଭାଜପା କେବେ ବି ଏପ୍ରକାର ବୟାନକୁ ସମର୍ଥନ କରେ ନାହିଁ । ଆମେ ଏପରି ବିଚାରଧାରାକୁ ମଧ୍ୟ ସମର୍ଥନ କରୁନାହୁଁ । ଅତଏବ, ଆମେ ନିଷ୍ପତ୍ତି ନେଇଛୁ ଯେ, ତାଙ୍କୁ ପ୍ରତିରକ୍ଷା ମାମଲାର ସଂସଦୀୟ କମିଟିରୁ ହଟାଯିବ । ଚଳିତ ଅଧିବେଶନରେ ତାଙ୍କୁ ସଂସଦୀୟ ଦଳ ବୈଠକରେ ସାମିଲ କରାଯିବନି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରଜ୍ଞାଙ୍କ ବୟାନକୁ ସଂସଦୀୟ ଇତିହାସର ଏକ କଳା ଦିନ ବୋଲି କହିଛନ୍ତି । ସେ ଟ୍ୱିଟ୍‌ କରିଛନ୍ତି ଯେ, ଆତଙ୍କୀ ପ୍ରଜ୍ଞା ଆତଙ୍କବାଦୀ ଗଡସେଙ୍କୁ ଦେଶଭକ୍ତ କହୁଛନ୍ତି । ପ୍ରକାଶ ଥାଉ କି, ଭୋପାଳ ସାଂସଦ ପ୍ରଜ୍ଞା ଠାକୁର ବୁଧବାର ସଂସଦରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ ଭାବେ ଅଭିହିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*