ଗଠବନ୍ଧନରେ ଅସ୍ଥିରତାକୁ ନେଇ ଚର୍ଚ୍ଚା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail


ଏଜେନ୍ସୀ : ପାଟନା

ବିହାର ରାଜନୀତିରେ ଗଠବନ୍ଧନ ସହଯୋଗୀ ଭାଜପା ଏବଂ ଜଦୟୁ ମଧ୍ୟରେ ସବୁକିଛି ଠିକ୍‌ ନଥିବା ଚର୍ଚ୍ଚା ଏବେ ଜୋର ଧରିଛି । କାରଣ ମଙ୍ଗଳବାର ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟ ଅତିଥି ଥିଲା ବେଳେ ତାଙ୍କ ସହ ବସିବାକୁ ଥିବା ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଚେୟାର ଫାଙ୍କା ପଡିଥିଲା । ଖାଲି ଏତିକି ନୁହେଁ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଭାଜପା ନେତାଙ୍କ ଠାରୁ ଆରମ୍ଭ କରି କୌଣସି ବରିଷ୍ଠ ଭାଜପା ନେତା କିମ୍ବା ଭାଜପାର ମନ୍ତ୍ରୀ ସାମିଲ ନଥିଲେ । ଏହି ଘଟଣାକୁ ନେଇ ଜଦୟୁର ନେତା ଅଜୟ ଆଲୋକଙ୍କ ଏକ ଟୁଇଟ୍‌ ଆଲୋଚନାକୁ ବଳ ଦେଇଛି । ସେ ଟୁଇଟ୍‌ରେ ଉଲ୍ଲେଖ କରିଥିଲେ ଯେ, ଗାନ୍ଧୀ ମଇଦାନର ରାବଣବଦ୍ଧ ଉତ୍ସବରେ କୁଆଡେ ଗଲେ ଭାଜପା ନେତାମାନେ? କ’ଣ ଆପଣମାନେ ଚାହୁଁନାହାଁନ୍ତି ରାବଣଙ୍କ ବଦ୍ଧ ହେଉ? କୁହାଯାଉଛି ଯେ, ଗିରିରାଜଙ୍କ ବୟାନକୁ ନେଇ ଭାଜପା ଓ ଜଦୟୁ ମଧ୍ୟରେ ଏବେ ମନୋମାଳିନ ଆରମ୍ଭ ହୋଇଯାଇଛି । ଗିରିରାଜ ପାଟନାରେ ଦେଖାଦେଇଥିବା ବନ୍ୟା ସ୍ଥିତି ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଥିଲେ । ସେ କହିଥିଲେ ଯେ, ସଠିକ୍‌ ଭାବେ ପରିଚାଳନା ନହେବାରୁ ରାଜ୍ୟରେ ଏହି ସ୍ଥିତି ଦେଖାଦେଇଛି । ଏହି ଘଟଣାକୁ ନେଇ ଭାଜପା ପକ୍ଷରୁ ମଧ୍ୟ ଗିରିରାଜଙ୍କୁ ସଫେଇ ମଗାଯାଇଥିଲା । ତେବେ ଦଶହରା ଉତ୍ସବରେ କୌଣସି ଭାଜପା ନେତାଙ୍କୁ ପ୍ରମୁଖ କାର୍ଯ୍ୟକ୍ରମରେ ଦେଖା ନମିଳିବା ଏବେ ଚର୍ଚ୍ଚାକୁ ବଳ ଦେଇଛି ଯେ, ଜଦୟୁ ଓ ଭାଜପା ମଧ୍ୟରେ ପୁଣି ଥରେ ମତଭେଦ ଜୋର ଧରିଲାଣି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*