ଗଞ୍ଜେଇ ଜବତ, ୨ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ:ବାରିପଦା

ବାରିପଦା ପୌରାଞ୍ଚଳର ତୁଳସୀ ଚଉରା ଛକଠାରେ ଗୋଟିଏ ବାସଭବନରେ ପୁଲିସ ଚଢ଼ାଉ କରି ୨ କିଗ୍ରା ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏ ସମ୍ପର୍କରେ ଗୋଲକ ବିହାରୀ ପନ୍ଦା (୫୨) ଓ ସୀତାରଣା (୬୦) କୁ ପୁଲିସ ଗିରଫ କରିଛି । ପଡ଼ୋଶୀ ପଶ୍ଚିମବଙ୍ଗରୁ ଚୋରାରେ ଗଞ୍ଜେଇ ଆଣି ବାରିପଦା ସହରରେ ବିକ୍ରି କରାଯାଉଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି । ଗିରଫ ୨ ଜଣଙ୍କୁ ସୋମବାର କୋର୍ଟରେ ହାଜର କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*