ଗଛ ମୂଳେ ଅଙ୍ଗନୱାଡି କେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ସାରସକଣା

ନବୀନ ସରକାରରେ କାନ୍ଥବାଡ, ଖବରକାଗଜ, ଟେଲିଭିଜନରେ ବିଜ୍ଞାପନ, ରାସ୍ତା, ଘାଟରେ ବଡ଼ବଡ଼ ହୋଡିଂରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ସ୍ୱାସ୍ଥ୍ୟ ଜନିତ ବ୍ୟବସ୍ଥା ଅନୁଯାୟୀ ସରକାର ଅଙ୍ଗନୱାଡି ଘର ଖନେ୍ଦ ଯୋଗାଇ ଦେଇପାରୁନାହିଁ । କେଉଁଠି ବରନ୍ଦା, ଗୁହାଳ ଘର ତ ଅନ୍ୟ କେଉଁଠି ଗଛମୂଳେ ଚାଲିଛି ଅଙ୍ଗନାୱାଡ଼ି କେନ୍ଦ୍ର । ଏମିତି ଏକ ଚିତ୍ର ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତର ରୁଗୁଡି ସାହି ଅଙ୍ଗନୱାଡି ପ୍ରକଳ୍ପରେ ଦେଖାଦେଇଛି । ଏହି ଅଙ୍ଗନୱାଡି କେନ୍ଦ୍ରର ସଞ୍ଚାଳିକା(କର୍ମୀ) ଗୌରୀ ମହାନ୍ତଙ୍କ କହିବା ଅନୁସାରେ ଆଦିବାସୀ କାଶିଆ ଅଞ୍ଚଳର ରୁଗୁଡି ସାହିର ଆବଶ୍ୟକତାକୁ ନେଇ ୨୦୧୪ ମସିହାରୁ ରୁଗୁଡି ସାହିରେ ଏକ ଅଙ୍ଗନ୍ୱାଡି କେନ୍ଦ୍ର ସାହିର ଜଣେ ଲୋକଙ୍କ ବାରନ୍ଦାରେ ଆରମ୍ଭ ହୋଇଥିଲା । ୨ବର୍ଷ ପାଖାପାଖି ବାରନ୍ଦାରେ ଚାଲିବା ପରେ ସମ୍ପୃକ୍ତ ଘର ମାଲିକଙ୍କ ପୁଅ ବାହାଘର ହେବାରୁ ଘରର ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସେ କହିଥିଲେ । ଫଳରେ ଅଙ୍ଗନୱାଡି କର୍ମୀ ଗୌରୀ ମହାନ୍ତ ସ୍ଥାନୀୟ ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପରସରରେ ଥିବା ଏକ ମହୁଲ ଗଛ ମୂଳେ ଦୀର୍ଘ ୪ବର୍ଷ ହେବ ଅଙ୍ଗନୱାଡି କେନ୍ଦ୍ରକୁ ପରିଚାଳନା କରିଆସୁଛନ୍ତି । ତାଙ୍କ କହିବା ଅନୁସାରେ ପ୍ରାୟ ୪୦/୪୫ଜଣ ଛୁଆ ପ୍ରତ୍ୟହ କେନ୍ଦ୍ରକୁ ଆସୁଥିବା ବେଳେ ସମସ୍ତେ ପ୍ରାୟ ମୁନ୍ଦା ସମ୍ପ୍ରଦାୟର । ଗୋଟିଏ ଗଛ ମୂଳେ ରୋଷେଇ ଏବଂ ଆଉ ଏକ ଗଛ ମୂଳେ ପିଲାଙ୍କୁ ପ୍ରତ୍ୟେକ ଦିନ ଖାଇିବାକୁ ଦିଆଯାଏ । ଏନେଇ ଅନେକବାର ପ୍ରଶାସନକୁ ଜଣାଯାଇଛି । ବ୍ଲକ ତରଫରୁ ସ୍ଥାନ ନରୂପଣ ସହ ମାପ ଚୁପ ହୋଇଥିଲେ ମଧ୍ୟ ଆଜି ଯାଏଁ ଗୃହ ନିର୍ମାଣ ହୋଇପାରି ନାହିଁ । ଗ୍ରାମର ଲୋକମାନେ ଏଥିନେଇ ଅନେକ ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଅନେକ ଗ୍ରାମବାସୀ କହିଛନ୍ତି । ସରକାର ଏଭଳି ଏକ ସ୍ପର୍ଶକାତର ଘଟଣାକୁ ହୃଦୟଙ୍ଗମ କରି ଏଠାରେ ଏକ ସ୍ଥାୟୀ ଗୃହ ନିର୍ମାଣ କରନ୍ତୁ । ନହେଲେ କେତେବେଳେ କ’ଣ ଅଘଟଣ ଯେ ନଘଟିବ ତାହା କହିହେବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*