ଗଛ ପାଇଁ ଯାଉଛି ଜୀବନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବରୀ

ବରୀ-ବରୁହାଁ-କଳାମାଟିଆ ମୁଖ୍ୟ ରାସ୍ତାକୁ ଲାଗି ବଡ଼ବଡ଼ ଗଛମାନ ରହିଛି । ବିଗତ ଦିନ ମାନଙ୍କରେ ଏହି ମୁଖ୍ୟ ରାସ୍ତାରେ ବହୁ ସଂଖ୍ୟାର ଦୁର୍ଘଟଣା ରାସ୍ତା କଡରେ ଥିବା ଗଛରେ ପିଟି ହୋଇ ଘଟିଛି । କସ୍ତୁରବା ମାତୃମଙ୍ଗଳ ଛକ ନିକଟରେ ଥିବା ଚାକୁନ୍ଦା ଗଛ ଦ୍ୱାରା ବାରମ୍ବାର ଦୁର୍ଘଟଣା ଘଟୁଛି । କିଛି ଦିନ ତଳେ ଏକ ବାଇକରେ ବାପା, ମା’ ଓ ପୁଅ ବରୀରୁ ବାଲିବିଲି ଅଭିମୁଖେ ଯାଉଥିବା ସମୟରେ ଏକ ଟ୍ରକ ଏହି ଚାକୁନ୍ଦା ଗଛରେ ଫିଟି ହୋଇ ବାଇକକୁ ଧକ୍କା ଦେଇଥିଲା । ଫଳରେ ପୁଅର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା ଓ ପରେ ମା’ଙ୍କର ମୃତୁ୍ୟ ଏବଂ ବାପ ଗୁରୁତର ଅବସ୍ଥାରେ ଚିକିତ୍ସା ହୋଇ ଫେରିଥିଲେ । ଗଛର ଡାଳ ରାସ୍ତା ଉପରକୁ ମାଡିଆସିବା ଯୋଗୁଁ ଯାତ୍ରୀମାନଙ୍କ ପାଇଁ ବିପଦ ଦେଖାଦେଇଥାଏ । ଏହି ଗଛକୁ କାଟିବା ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ପ୍ରଶାସନ କର୍ଣ୍ଣପାତ କରୁ ନାହିଁ । ଏନେଇ ବରୀ ସଚେତନ ନାଗରିକ,ବୃଦ୍ଧିଜୀବୀ,ଛାତ୍ର , ଯୁବକ,ବରିଷ୍ଠ ନାଗରିକ ତହସିଦାର ଓ ବିଡିଓଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଅଭିଯୋଗ କରିଥିଲେ ବି ଏହାର କୌଣସି ସମାଧାନ ହୋଇପାରି ନାହିଁ । ବିଗତ ଦିନରେ ବରୀ- ବରୁହାଁ ରାସ୍ତାର ଶଙ୍ଖାରିଗଡା ଛକ ନିକଟରେ ଥିବା ଚାକୁନ୍ଦା ଗଛରେ ପିଟି ହୋଇ ବନ୍ଧପଡା ଗ୍ରାମର ଏକ ବାଇକ ଆରୋହୀର ମୃତୁ୍ୟ ଘଟିଥିଲା । ସେହିପରି କାଇପଡା ଗ୍ରାମର ଜଣେ ସ୍କୁଲ ଛାତ୍ର ଉପରେ ରାସ୍ତା କଡରେ ଥିବା ଗଛର ଡାଳ ଖସି ପଡିବାରୁ ଘଟଣାସ୍ଥଳରେ ଛାତ୍ର ଜଣଙ୍କର ମୃତୁ୍ୟ ଘଟିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*