ଖୋଲିଲାଣି ୪.୫କୋଟି ଦୋକାନ: ଯୁକ୍ତ-ବିଯୁକ୍ତ ନିୟମ ଉପରେ ବିଚାର କରିବାକୁ କ୍ୟାଟର ଅନୁରୋଧ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କ୍ଷୁଦ୍ର ବ୍ୟବସାୟୀଙ୍କ ସଂଗଠନ କନଫେଡ଼େରେସନ୍‌ ଅଫ୍‌ ଅଲ ଇନ୍ଦିଆ ଟ୍ରେଡର୍ସ (କ୍ୟାଟ୍‌) ପକ୍ଷରୁ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଦୋକାନ ଖୋଲିବା ନେଇ ରହିଥିବା ଯୁକ୍ତ-ବିଯୁକ୍ତ ନିୟମ ପ୍ରସ୍ତାବ ଉପରେ ବିଚାର କରିବାକୁ ଅନୁରୋଧ କରାଯାଇଛି । କ୍ୟାଟ୍‌ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ସୁଦ୍ଧା ଦେଶ ବ୍ୟାପି ୪.୫କୋଟି ଦୋକାନ ଖୋଲିଛି । ହେଲେ ଦୋକାନ ମାନଙ୍କରେ ବ୍ୟବସାୟ ଆରମ୍ଭ ହୋଇନାହିଁ । କାରଣ ଦୁଇମାସ ଧରି ଦୋକାନ ବନ୍ଦ ରହିବା ପରେ ବ୍ୟବସାୟୀମାନେ ଦୋକାନର ପରିସ୍କାର ପରିଚ୍ଛନ୍ନତା ଉପରେ ଜୋର ଦେଇଛନ୍ତି ।
କ୍ୟାଟର ମହାସଚିବ ପ୍ରବୀଣ ଖନେ୍ଦଲୱାଲ୍‌ କହିଛନ୍ତି ଯେ, ଦିଲ୍ଲୀର ଅଧିକାଂଶ ବ୍ୟବସାୟୀ ଓ ବ୍ୟବସାୟୀକ ସଂଗଠନ ଯୁକ୍ତ-ବିଯୁକ୍ତ ଫର୍ମୁଲା ଆଧାରରେ ଦୋକାନ ଖୋଲିବାର ସପକ୍ଷରେ ନାହାଁନ୍ତି । ସେମାନେ କହିଛନ୍ତି ଯେ, ଏହାଦ୍ୱାରା ନୂଆବିବାଦ ସୃଷ୍ଟି ହୋଇପାରେ । ସେମାନେ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀର ବଜାରକୁ ୧୦ଭାଗରେ ବିଭକ୍ତ କରାଯାଉ, ୫ଭାଗ ସକାଳ ୮ରୁ ଅପରାହ୍ନ୧ଟା ଏବଂ ବାକି ୫ଭାଗ ଅପରାହ୍ନ ୧ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଖୋଲାଯାଉ । ନଚେତ୍‌ ଦିନେ ଛାଡି ଦିନେ ଦୋକାନ ଖୋଲାଯାଉ । କ୍ୟାଟ୍‌ ପକ୍ଷରୁ ମଧ୍ୟ ଦିଲ୍ଲୀ ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୋକାନ ଖୋଲିବାକୁ ନେଇଥିବା ଯୁକ୍ତି-ବିଯୁକ୍ତ ନିୟମ ଉପରେ ପୁନର୍ବାର ବିଚାର କରିବାକୁ ଅନୁରୋଧ କରାଯାଇଛି । ଏହି ନିୟମ କାରଣରୁ ଦିଲ୍ଲୀରେ ମଙ୍ଗଳବାର ମାତ୍ର ୫ଲକ୍ଷ ଦୋକାନ ଖୋଲିପାରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*