ଖେଳାଳିଙ୍କ ବିଦ୍ରୋହ ଶେଷ ପାଇଁ ମୋର୍ତାଜାଙ୍କ ପ୍ରୟାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ଭାରତ ଗସ୍ତ ଆରମ୍ଭ ହେବାକୁ ଆଉ ଦିନ କେଇଟା ଥିଲା ବେଳେ ବାଂଲାଦେଶ ଦଳ ଆସିବ କି ନାହିଁ ତାହାକୁ ନେଇ ଏବେ ଆଶଙ୍କା ରହିଛି । କାରଣ ବାଂଲାଦେଶ ବୋର୍ଡ ବିରୁଦ୍ଧରେ ବିଦ୍ରୋହ ଡାକରା ଦେଇଛନ୍ତି କି୍ରକେଟରମାନେ । ଦାବି ପୂରଣ ନହେବା ଯାଏ କି୍ରକେଟ ଖେଳିବେନି ବୋଲି ସେମାନେ କହିଛନ୍ତି । ଅନ୍ୟପଟେ ଟେଷ୍ଟ ମ୍ୟାଚ୍‌ ପାଇଁ କୋଲକାତା ଆସିବାକୁ ରାଜି ହୋଇସାରିଛନ୍ତି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା । ଯାହା ଏବେ ଅକଳିଆ ଅବସ୍ଥା ସୃଷ୍ଟି କରିଛି । ତେଣୁ ଏ ବିଦ୍ରୋହର ସମାଧାନ ପାଇଁ ଏବେ ମଧ୍ୟସ୍ଥତା କରିବା ସକାଶେ ଏକଦିବସୀୟ ଅଧିନାୟକ ମୋର୍ତାଜାଙ୍କୁ ଦାୟିତ୍ୱ ଦେଇଛନ୍ତି ବାଂଲା ପ୍ରଧାନମନ୍ତ୍ରୀ । ବୁଧବାର ଦିନ ଖେଳାଳିମାନେ ବୋର୍ଡ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ତେବେ ମୋର୍ତାଜା ତାଙ୍କ ନିଜସ୍ୱ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟପଟେ ଭାରତୀୟ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲୀ ବୁଧବାର ଦିନ ମୁମ୍ବାଇ ଠାରେ ପ୍ରତିକି୍ରୟା ଦେଇ କହିଛନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ଆସିବାକୁ ରାଜି ହୋଇସାରିଛନ୍ତି ସେତେବେଳେ ଦଳ ଆସିବନି ବୋଲି ଭାବା ଯାଇନପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*