ଖୁବ୍‌ଶୀଘ୍ର ଦିଲ୍ଲୀ କଂଗ୍ରେସର ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦିଲ୍ଲୀ କଂଗ୍ରେସର ଅଧ୍ୟକ୍ଷ କିଏ ହେବ ସେ ସମ୍ପର୍କରେ ହାଇକମାନ୍ଦ ନିଷ୍ପତ୍ତି ନେଇସାରିଥିଲା ବେଳେ ଖୁବ୍‌ଶୀଘ୍ର ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବ ବୋଲି ମିଳିଛି ସୂଚନା । ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିଲା ବେଳେ ଦିଲ୍ଲୀରେ ଦଳର ସ୍ଥିତିକୁ ସମ୍ଭାଳିବା ପାଇଁ ଦାୟିତ୍ୱ ଜଣେ ପୂର୍ବ କି୍ରକେଟରକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହି ନାମ ଉପରେ ସୋନିଆ ଗାନ୍ଧୀ ଏବଂ ପ୍ରଭାରୀ ପିସି ଚାକୋଙ୍କ ମଧ୍ୟରେ ସହମତି ବନିସାରିଥିଲା ବେଳେ ବାକି ରହିଛି ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା । ରାହୁଲ ଗୁରୁବାର ସୁରଟରୁ ଫେରିବା ପରେ ଆଲୋଚନା ହେବ ଏଣୁ ଶୁକ୍ରବାର ସୁଦ୍ଧା ନାମ ଘୋଷଣା କରାଯିବ ବୋଲି କୁହାଯାଉଛି ।
ବର୍ତ୍ତମାନ ଦିଲ୍ଲୀ କଂଗ୍ରେସ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଛି । ବଡ଼ବଡ଼ ନେତାମାନେ ନିଜର ଏକ ଗୋଷ୍ଠୀ ତିଆରି କରି ହାଇକମାନ୍ଦଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ବର୍ତ୍ତମାନର ସ୍ଥିତିକୁ ୧୯୯୮ର ସ୍ଥିତି ସହ ତୁଳନା କରାଯାଉଛି । ସେତେବେଳେ ଏହି ଗୋଷ୍ଠୀ କନ୍ଦଳକୁ ଦୃଷ୍ଟିରେ ରଖି ଦାୟିତ୍ୱ ସମ୍ଭାଳିବା ପାଇଁ ବାହାରୁ ଶିଲା ଦୀକ୍ଷିତଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏବେ ଏହି ଫର୍ମୁଲା ଉପରେ ମଧ୍ୟ ବିଚାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଶିଲାଙ୍କ ବିୟୋଗ ପରେ ସୋନିଆ ଏବଂ ଚାକୋଙ୍କ ମଧ୍ୟରେ ନୂଆ ଅଧ୍ୟକ୍ଷ ନାମ ନେଇ ଅନେକ ବୈଠକ ହୋଇସାରିଛି । ମଙ୍ଗଳବାର ଦଶହରା ଦିନ ସୋନିଆ, ଚାକୋ ଏବଂ ମହାସଚିବ ବେଣୁ ଗୋପାଳଙ୍କ ମଧ୍ୟରେ ଦୀର୍ଘ ସମୟ ବୈଠକ ଚାଲିଥିଲା । କୁହାଯାଉଛି ଯେ, ଦୀର୍ଘ ସମୟର ବିଚାର ବିମର୍ଶ ପରେ ପୂର୍ବ କି୍ରକେଟରଙ୍କ ନାମ ଉପରେ ସହମତି ହୋଇଥିଲା ବେଳେ ରାହୁଲ ମଧ୍ୟ ଏହି ନାମ ଉପରେ ମୋହର ଲଗାଇପାରନ୍ତି । ଅନ୍ୟପଟେ ଦଳୀୟ ସୂତ୍ରରୁ ଜଣାପଡିଛି ଯେ, ଦିଲ୍ଲୀ କଂଗ୍ରେସରେ ୩ କାର୍ଯ୍ୟକାରୀ ଅଧ୍ୟକ୍ଷ ଫୁର୍ମଲା ଜାରି ରଖିପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*