ଖୁବଶୀଘ୍ର ଶିବାନୀଙ୍କୁ ବିବାହ କରିପାରନ୍ତି ଫରହାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡର ମଲ୍ଟି ଟ୍ୟାଲେଣ୍ଟେଡ ଆକ୍ଟର ଫରହାନ ଅଖତର ବର୍ତ୍ତମାନ ନିଜ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ତାଙ୍କୁ ଏବେ ପ୍ରାୟ ଶିବାନୀ ଦାନେ୍ଦକରଙ୍କ ସହିତ ଦେଖିବାକୁ ମିଳୁଛି । ଏବେ ଶୁଣିବାକୁ ମିଳୁଛି କି ଏ ଦୁହେଁ ଚଳିତ ବର୍ଷ ବିବାହ କରିପାରନ୍ତି । ନିକଟରେ ଫରହାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯାହା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏହି ଫଟୋରେ ଫରହନ ଓ ଶିବାନୀଙ୍କ କେବଳ ହାତ ଦେଖାଯାଉଛି । ଏଥିରେ ଦୁହେଁ ଦୁହିଁଙ୍କ ହାତ ଧରିଛନ୍ତି । ସବୁଠାରୁ ବଡ କଥା ହେଲା ଯେ, ଏହି ଫଟୋରେ ଦୁଇଜଣ ପିନ୍ଧିଥିବା ମୁଦି ଉପରେ ଫୋକସ୍‌ କରାଯାଇଛି । ତେଣୁ ଅନୁମାନ କରାଯାଉଛି କି, ଏମାନେ ନିର୍ବନ୍ଧ କରି ସାରଛନ୍ତି । ଫରହାନ ଅଖତର ପ୍ରଥମେ ଅଧୁନାଙ୍କ ସହିତ ବିବାହ କରିଥିଲେ । ଏହି ଦୁଇଜଣଙ୍କ ସାକ୍ଷାତ ‘ଦିଲ ଚାହାତା ହୈ’ ଫିଲ୍ମର ସେଟରୁ ହୋଇଥିଲା । ଅଧୁନା ଫରହନଙ୍କ ଠାରୁ ୬ ବର୍ଷ ବଡ । ସେମାନଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଏବେ ସେମାନେ ମା’ ଅଧୁନାଙ୍କ ପାଖରେ ରହୁଛନ୍ତି । ‘ଫରହନ ଓ ଅଧୁନା ୨୦୧୭ରେ ଆଇନଗତ ଭାବେ ଦୁହେଁ ଦୁହେଁଙ୍କ ଠାରୁ ଅଲଗା ହୋଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*