‘ଖାଲି ପିଲି’ରେ ଅନନ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନବାଗତା ଅନନ୍ୟା ପାନେ୍ଦ ଏବଂ ଈଶାନ୍‌ ଖଟ୍ଟର ଏକତ୍ର ଫିଲ୍ମ ‘ଖାଲି ପିଲି’ରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର କାହାଣୀ ଦୁଇ ଟପୋରୀଙ୍କ ବିଷୟରେ ଏବଂ ଏହା ଏକ ଇନ୍‌ଣ୍ଟେନ୍ସ ରୋମାଣ୍ଟିକ୍‌ ଫିଲ୍ମ ଅଟେ ବୋଲି ଫିଲ୍ମର ନିଦେ୍ର୍ଦଶକ ମକବୁଲ ଖାନ୍‌ କହିଛନ୍ତି । ଫିଲ୍ମ ବିଷୟରେ ସୂଚନା ଦେଇ ଅନନ୍ୟା କହିଛନ୍ତି ଯେ, ଫିଲ୍ମର ସୁଟିଂ ବେଳେ ସେ ଖୁବ୍‌ ମଜା କରିଛନ୍ତି । ସର୍ବଦା ଏଭଳି ଫିଲ୍ମ କରିବାକୁ ଇଚ୍ଛା ରଖିଥିବା ଅନନ୍ୟାଙ୍କ ସ୍ୱପ୍ନ ଏବେ ଯାଇ ପୂରଣ ହୋଇଥିବା ସେ କହିଛନ୍ତି । ମକବୁଲ ଖାନ୍‌ଙ୍କ ଦ୍ୱାରା ନିଦେ୍ର୍ଦଶିତ ଏହି ଫିଲ୍ମଟି ଏକ ରୋମାଣ୍ଟିକ୍‌ ଫିଲ୍ମ ଅଟେ । ଯେତେବେଳେ ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ସାକ୍ଷାତ ନିଛାଟିଆ ରାତିରେ ହୁଏ, ସେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହେଉଛି ।
ସୂଚନା ଯୋଗ୍ୟ ଯେ, ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌-୨’ ଏବଂ ‘ପତି ପତ୍ନୀ ଔର ୱହ’ ପରେ ଅନନ୍ୟା ‘ଖାଲି ପିଲି’ରେ କାମ କରୁଛନ୍ତି । ଅନନ୍ୟା ଏହି ଫିଲ୍ମ ଲାଗି ନିଜର କହିବା ଶୈଳୀକୁ ବଦଳାଇଛନ୍ତି । କାରଣ ଏହି ଫିଲ୍ମରେ ସେ ପୂଜା ଭୂମିକାରେ ଅଭିନୟ କରୁଛନ୍ତି, ଯିଏ କି ଜଣେ ଟପୋରୀଙ୍କ ଭଳି କଥାବାର୍ତ୍ତା କରୁଛନ୍ତି । ‘ଖାଲି ପିଲି’କୁ ଅଲ୍ଲୀ ଅବ୍‌ବାସ ଜଫର ଏବଂ ଜୀ ଷ୍ଟୁଡିଓ ପ୍ରଡୁ୍ୟସ୍‌ କରୁଛି । ଏହି ଫିଲ୍ମରେ ଈଶାନ୍‌ ଏବଂ ଅନନ୍ୟାଙ୍କ ବ୍ୟତୀତ ‘ରାଜୀ’ ଆକ୍ଟର ଜୟଦୀପ ଅହ୍‌ଲୁୱାଲିଆ ମଧ୍ୟ ଅଭିନୟ କରୁଛନ୍ତି । ‘ଖାଲି ପିଲି’ ଆସନ୍ତା ବର୍ଷ ୧୨ ଜୁନ୍‌ରେ ରିଲିଜ୍‌ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*