ଖାଦ୍ୟ ସୁରକ୍ଷା ସମ୍ପର୍କିତ ଜନ ଶୁଣାଣି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କୁପୋଷଣ ଆମ ଦେଶ ତଥା ରାଜ୍ୟର ଏକ ଗୁରୁତର ସମସ୍ୟା । ଏହା ଆମ ଦେଶ ଓ ରାଜ୍ୟର ବିକାଶରେ ବଡ଼ ବାଧକ । ଭାରତବର୍ଷରେ ୧୫ରୁ ୪୯ ବର୍ଷ ମଧ୍ୟରେ ୩୩% ପୁରୁଷ ଏବଂ ୧୫ରୁ ୪୯ବର୍ଷ ମଧ୍ୟରେ ୫୦% ମହିଳା କୁପୋଷଣର ଶିକାର ହୋଇଥାନ୍ତି । କୁପୋଷଣ ଯୋଗୁଁ ଆମ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶହ ଶହ ଶିଶୁ ଅକାଳରେ ପ୍ରାଣ ହରାଇଥାନ୍ତି । ମାଲକାନଗିରି ଓ ନଗଡ଼ା ଶିଶୁମୃତୁ୍ୟ ଏହାର ସଦ୍ୟ ଉଦାହରଣ । ଗରିବଲୋକଙ୍କ ଜୀବନ ଚକ୍ରରେ ଖାଦ୍ୟ ଏବଂ ପୁଷ୍ଟିର ସୁରକ୍ଷା ପାଇଁ ସେମାନଙ୍କୁ କମ ଦାମ୍ରେ ଖାଦ୍ୟଶସ୍ୟ ଯୋଗାଇବାକୁ ସରକାର ସମ୍ବିଧାନର ଧାରା ୨୧ ଅନୁସାରେ ୨୦୧୩, ସେପ୍ଟେମ୍ବର ୧୩ ରେ ଜାତୀୟ ଖାଦ୍ୟସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି । ଅଙ୍ଗନବାଡି ସେବା, ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ମମତା ଯୋଜନାକୁ ଖାଦ୍ୟସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ସ୍କିମ୍ଗୁଡ଼ିକୁ ଖାଦ୍ୟସୁରକ୍ଷା ଆଇନ ବଳରେ ମାନବିକ ଅଧିକାର ପରିସରଭୁକ୍ତ କରାଯାଇଛି । ଏହି ଅଧିକାରଗୁଡ଼ିକରୁ ବଞ୍ଚôତ ହେଲେ ଉପଭୋକ୍ତାଙ୍କୁ କ୍ଷତିପୂରଣ ମିଳିବାର ବ୍ୟବସ୍ଥା ହୋଇଛି ।
ଓରୋସା ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଖାଦ୍ୟ ସୁରକ୍ଷା ଜନ ଶୁଣାଣିରେ ୧୨ଗୋଟି ଖାଦ୍ୟ ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି ହୋଇଥିଲା । ଅଧିକାଂଶ ଶୁଣାଣିରେ ହିତାଧିକାରୀମାନେ ଆଧାର କାର୍ଡ଼ ସଂଯୋଗୀକରଣ ହେତୁ ରେସନ ମିଳୁନଥିବା ଅଭିଯୋଗ କରିଥିଲେ । ମୟୁରଭଞ୍ଜ ଜିଲ୍ଲା ଡ଼େପୌଦା ନିବାସୀ କୁନା ସିଂ ଅଭିଯୋଗ କରିଥିଲେ କି ଆଧାର କାର୍ଡ଼ ଓ ରେସନ କାର୍ଡ଼ରେ ଅଲଗା ଅଲଗା ନାମ ଉଲ୍ଲେଖ କରାଯାଇଥିବାରୁ ତାଙ୍କ ପରିବାର ଗତ ତିନିମାସ ହେଲା ରେସନ ପାଇବାରୁ ବଞ୍ଚôôତ ହୋଇଛନ୍ତି । ଗଞ୍ଜାମ ଜିଳ୍ଲା ସରଭୀମପୁର ନିବାସୀ ଜହ୍ନି ଦାସ ଅଭିଯୋଗ କରିଥିଲେ ଯେ, ବିପିଏଲ୍ ପରିସର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ରେସନ କାର୍ଡ଼ ମିଳିପାରି ନାହିଁ । ଗଞ୍ଜାମର ତୁଡ଼ୁକୁପଲ୍ଲୀ ବାସିନ୍ଦା ବନଜା ଦାସ ଅଭିଯୋଗ ଆଣିଥିଲେ କି ସେମାନେ ଭୂମିହୀନ ହୋଇଥିବା ସତ୍ତ୍ୱେ ତାଙ୍କୁ ରେସନ କାର୍ଡ଼ ମିଳିପାରି ନାହିଁ । ମୟୁରଭଞ୍ଜର ଖନ୍ଦଦେଉଳା ନିବାସୀ କନେ୍ଦଇ ସିଂ ଅଭିଯୋଗ କରିଥିଲେ କି ମମତା ଯୋଜନାରେ ତାଙ୍କୁ ପ୍ରଥମ କିସ୍ତିରେ ତିନି ହଜାର ଟଙ୍କା ମିଳିଥିଲେ ସୁଦ୍ଧା ବକେୟା ଅର୍ଥ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସେହିପରି କଣ୍ଟାବଣୀ, କାଳିଆପାଳ ନିବାସୀ ବଂଶୀଧର ପାତ୍ର ତାଙ୍କୁ ଅନ୍ତଦ୍ୱୟ ଯୋଜନାରେ ୩୫ କେଜି ·ଉଳ ମିଳୁଥିବା ବେଳେ ଏବେଦୁଇବର୍ଷ ହେଲା ବନ୍ଦ ହୋଇଯାଇଛି । ଫଳରେ ବର୍ତ୍ତମାନ ୬୫ ବର୍ଷ ବୟସରେ ମଧ୍ୟ ମଜୁରୀ କାମ କରିବାକୁ ପଡ଼ୁଛି ବୋଲି ଅଭିଯୋଗ କରିଥିଲେ । ଜନଶୁଣାଣିରେ ଯୋଗଦେଇ ରାଜକିଶୋରର ମିଶ୍ର, ଧୀରେନ୍ଦ୍ର ପନ୍ଦା, ଜିତେନ୍ଦ୍ର ରଥ ଓ ସମିତ ପନ୍ଦା ଉଦ୍ବେଗ ପ୍ରକାଶ କରି କହିଥିଲେ ଯେ ଆଧାର କାର୍ଡ଼ ସମ୍ପର୍କିତ ଅବ୍ୟବସ୍ଥାକୁ ସରକାର ଖୁବ୍ ଶୀଘ୍ର ସୁଧାରିବା ଆବଶ୍ୟକ । ସରକାର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକୁ ଅବମାନନା କରୁଥିବା ସେମାନେ ଅଭିଯୋଗ କରିଥିଲେ । ଏହି ଜନଶୁଣାଣୀକୁ ଓରୋସା ଅନୁଷ୍ଠାନର ନିଦେ୍ର୍ଦଶକ ଜନ କେର୍କେଟା ଓ ପ୍ରକଳ୍ପ ପରି·ଳକ ଯୁଗଳ କିଶୋର ରଣଜିତ୍, ସବିତା ବୀର, ରସ୍ଲିନା ଡ଼ିଗାଲ ଏବଂ ଅନ୍ୟମାନେ ପରି·ଳନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*