ଖାଉଟିଙ୍କ ଆଖିରୁ ଲୁହ ଗଡାଉଛି ପିଆଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କଥାରେ ଅଛି ପିଆଜ କାଟିଲେ ଆଖିରୁ ଲୁହ ଝରେ। କିନ୍ତୁ ବାସ୍ତବରେ ଏବେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ପିଆଜ କଟା ବଦଳରେ ପିଆଜର ଦରକୁ ନେଇ ଏବେ ଖାଉଟିଙ୍କ ଆଖିରୁ ଲୁହ ଝରୁଛି। ଗତ କିଛିଦିନ ମଧ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ଯୋଗୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଖାଉଟି। ବର୍ଦ୍ଧିତ ଦରକୁ ନେଇ ପିଆଜ କିଣି ଖାଇବା ଖାଉଟିଙ୍କ ପକ୍ଷେ ସମ୍ଭବପର ହୋଇପାରୁନି। ଦିନକୁ ଦିନ ଦର ବୃଦ୍ଧି ପାଉଛି। ଏହା ଯୋଗୁଁ ଚିନ୍ତାରେ ଗରିବ ଖାଉଟି ଦର ଖସିବାର ମାସେ ପୂରି ନଥିବା ବେଳେ ଖୁଚୁରା ବଜାରରେ ପୁଣି ପିଆଜ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବଜାର ଉପରେ ସରକାରୀ ନିୟନ୍ତ୍ରଣ ଅଭାବରୁ ପିଆଜ କିଲୋ ୩୨ରୁ ୩୮ଟଙ୍କା ହେଲାଣି। ମଝିରେ ପିଆଜ ଦର ୨୪ଟଙ୍କାକୁ ଖସି ଆସିଥିବା ବେଳେ ଏବେ ଦର ବୃଦ୍ଧି ଯୋଗୁ ଖାଉଟି ଅତିଷ୍ଠ ହୋଇ ପଡିଛନ୍ତି।

ପୁରୀ ସମେତ ପ୍ରାୟ ଅନେକ ସହରରେ ପିଆଜ ଦର ହାରାହାରି କିଲୋ ପ୍ରତି ୩୫ଟଙ୍କା ରହିଛି। ଦରବୃଦ୍ଦି ଯୋଗୁ ଖାଉଟି ଏବେ ଚିନ୍ତାରେ ଗରିବର ପଖାଳ କଂସାରୁ ପିଆଜ ଉଭା ହେବାକୁ ବସିଲାଣି। ତେଲ, ଲୁଣ ସଂସାରରେ ପଖାଳ କଂସା ସାଙ୍ଗକୁ ପିଆଜ, ଲଙ୍କା ହିଁ ଗରିବ ମଣିଷର ନିତି ଦିନିଆ ଖାଦ୍ୟ। ଶ୍ରୀକ୍ଷେତ୍ରରେ ଏବେ ଚାଲିଛି କାର୍ତ୍ତିକ ମାସ ପ୍ରାୟତଃଅନେକ ଘରେ ଆମିଷ ହେଉନାହିଁ। ଫଳରେ ପନିପରିବା ଓ ପିଆଜ ଉପରେ ବିଶେଷ ଭରସା ରଖିବାକୁ ପଡୁଛି ଲୋକମାନଙ୍ କୁ। ଗରିବ ଲୋକେ ପିଆଜ କିଣି ଖାଇବା ବର୍ତ୍ତମାନ ସମୟରେ କଷ୍ଟକର ହୋଇପଡିଛି। ବେଲଗାମ ପିଆଜଦର ନିୟନ୍ତ୍ରଣ କରିବାରେ ଯୋଗାଣ ବିଭାଗ ଫେଲ ମାରିଛି। ଏଭଳି ଅବସ୍ଥା ଆଉ ୨/୪ଦିନ ଲାଗି ରହିବ ବୋଲି ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*