ଖାଇବା ମାଗିବାରୁ ଦୁଇ ଏବଂ ଚାରି ବର୍ଷର ଝିଅଙ୍କୁ ମଦ ପିଆଇ ଦେଲା ବାପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଖେରସନ୍‌
ଜଣେ ବାପା ନିଜ ଦୁଇ ଓ ଚାରି ବର୍ଷର ଝିଅକୁ ଭୋକ ଲାଗିବାରୁ ମଦ ପିଆଇ ଦେଇଥିଲା । କାରଣ ଘରେ କ୍ଷୀର ଶେଷ ହୋଇଯାଇଥିଲା । ଏହି ଘଟଣାଟି ୟୁକ୍ରେନର ଖେରସନ୍‌ରେ ଘଟିଛି । ରାସ୍ତା କଡ଼ରେ ପିଲା ଦୁଇଟି ଚେତାଶୂନ୍ୟ ଅବସ୍ଥାରେ ପଡିଥିଲା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ବାପାଙ୍କୁ ପୁଲିସ୍‌ ଗିରଫ କରିଛି ।
ମିକାଲୋ ନାମକ ଏହି ବ୍ୟକ୍ତି ଜଣଙ୍କ ଘରେ ଥିଲା ବେଳେ ତାଙ୍କୁ ଦୁଇ ଝିଅ ଖାଇବାକୁ ମାଗିଥିଲେ । ଘରେ କିଛି ନଥିଲା । ତେଣୁ ମିକାଲୋ ପିଲା ଦୁଇଟିକୁ ମଦ ପିଆଇ ଦେଇଥିଲେ । ଯେଉଁ କାରଣରୁ ସେମାନଙ୍କର ଶରୀର ଅସୁସ୍ଥ ହୋଇଥିଲା । ଡାକ୍ତରଙ୍କ କହିବା ଅନୁସାରେ ପିଲା ଦୁଇଟିଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ, ସେମାନେ ବଞ୍ଚିବେ କି ନାହିଁ ସେହି ସନେ୍ଦହରେ ଆମେ ଥିଲୁ । ସୂଚନା ଅନୁସାରେ ଏହି ପିଲା ଦୁଇଟିଙ୍କ ମାଆ ବିଦେଶରେ କାମ କରୁଥିଲା ବେଳେ ମିକାଲୋ ପିଲାଙ୍କ ଦାୟିତ୍ୱ ନେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*