ଖାଇକୁ ଖସିଲା ବସ୍‌: ୬ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଶ୍ରୀନଗର

ଜାମ୍ମୁ-କାଶ୍ମୀରର ସୁରିନସର ଅଞ୍ଚଳରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ବସ୍‌ ଖାଇକୁ ଖସିପଡିବା ଯୋଗୁ ଅନୂ୍ୟନ ୬ଜଣ ଲୋକ ପ୍ରାଣ ହରାଇଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଉଧମପୁରସ୍ଥିତ ମଜଲତାଠାରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇଁ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ୍‌ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚô ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ରେ ଥିବା ୫ ଜଣ ଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣାର କାରଣ ଜଣାପଡିନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*