ଖତ ଖାଉଛି ଦିବ୍ୟାଙ୍ଗ ସାଇକେଲ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail
Exif_JPEG_420


ନିର୍ଭୟ ମିଡିଆ: ବଡ଼ସାହି

ବଡ଼ସାହି ବ୍ଳକରେ ଦିବ୍ୟାଙ୍ଗଙ୍କ ପାଇ ଆସିଥିବା ସାଇକେଲ ବ୍ଲକ ପରିସରରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଯୋଗାଣ ଅଧିକାରୀଙ୍କ ଅଫିସ ନିକଟରେ ନଜରକୁ ନଆସିବା ଭଳି ଏହା ବହୁ ଦିନ ହେବ ପଡ଼ି ରହିଛି । ହେଲେ ବଡ଼ସାହି ବ୍ଲକ ଅଞ୍ଚଳରେ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ମିଳି ପାରୁ ନାହିଁ ।
ବ୍ଲକରେ ଅଧିକାରୀ ପରେ ଅଧିକାରୀ ଆସୁଛନ୍ତି । ହେଲେ ଦିବ୍ୟାଙ୍ଗ ପାଇଁ ଆସିଥିବା ସାଇକେଲ୍‌ ଉପରେ କାହାରି ନଜର ପଡ଼ୁ ନାହିଁ । କାହିଁକି ଏବଂ କ’ଣ ପାଇଁ ଏହି ଟ୍ରାଇ ସାଇକେଲଟି ବଣ୍ଟାଯାଇ ନାହିଁ ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*