ଖଣ୍ଡାରେ ଆକ୍ରମଣ ଘଟଣା ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ସାମାନ୍ୟ କଥା କଟାକଟିକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ଖନ୍ଦାରେ ଆକ୍ରମଣ ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ସେମବାର ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଟୁଟୁ ରାଉତ(୩୧), ଷ୍ଟାର ପିଟୁ(୨୯), ମନୋଜ କୁମାର ପାଟ୍ଟଶାଣୀ(୨୬) ଏବଂ ଶ୍ରୀନିବାସ ସ୍ୱାଇଁ (୩୧) । ପୂର୍ବରୁ ପୁଲିସ ଗତ ୧୦ ତାରିଖରେ ଏହି ଘଟଣାରେ ସମ୍ପୃକ୍ତ ଥିବା ପୁତୁରା ଗୋପିନାଥ ରାଉତକୁ ଗିରଫ କରିଥିଲା । ତେବେ ଏହି ଘକଟଣାର ଅନ୍ୟ ଜଣେ ଅଭିଯୁକ୍ତ ବର୍ତମାନ ସୁଧା ଫେରାର ରହିଛି । ସମସ୍ତ ଅଭିଯୁକ୍ତଙ୍କ ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଉକ୍ତ ଆକ୍ରମଣରେ ଆହତ ହୋଇଥିବା ଯୁବକ ଜଣଙ୍କ ହେଲେ ଲକ୍ଷ୍ମୀସାଗର ଥାନା ପାନବରଜବସ୍ତିର ଲୋକନାଥ ମଜୁମଦାର । ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀସାଗର ଥାନା ନିକଟସ୍ଥ ପାନବଜରବସ୍ତିରେ ରୁହନ୍ତି ଲୋକନାଥ ମଜୁମଦାର । ସେହି ବସ୍ତିରେ ରୁହନ୍ତି ଟୁଟୁ ରାଉତ । ଲୋକନାଥଙ୍କ ସହ ଟୁଟୁଙ୍କର ପୂର୍ବ ଶତ୍ରୁତା ଥିଲା । ଗତ ୨ ତାରିଖ ଦିନ ଲୋକନାଥ ଘର ସମ୍ମୁଖରେ ବସିଥିବାବେଳେ ଟୁଟୁ, ତାଙ୍କ ପୁତୁରା ଗୋପୀ ଏବଂ ତାଙ୍କର କିଛି ସହଯୋଗୀ ଏକ ଖନ୍ଦାରେ ତାଙ୍କୁ ଗୋଡେଇ ଗୋଡେଇ ହାଣି ଫେରାର ହୋଇଯାଇଥିଲା । ଏ ନେଇ ଲୋକନାଥ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଗତ ୧୦ ତାରିଖରେ ପୁତୁରା ଗୋପୀକୁ ଗିରଫ କରିଥିବାବେଳେ ସୋମବାର ମୁଖ୍ୟ ଅଭିଯୁକ୍ତ ଟୁଟୁ ସମତେ ଚାରି ଜଣଙ୍କୁ ଗିରଫ କରିଛି । ହେଲେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଅଦ୍ୟାବଧି ଫେରାର ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*