ଖଣ୍ଡଗିରି ଯାତ୍ରାପାର୍ଟିରେ ଆଇଟମ୍‌ ଗାର୍ଲଙ୍କ ଉଲଗ୍ନ ନାଚ ନ ନାଚିବାକୁ କଡ଼ା ନିର୍ଦ୍ଦେଶ ଦେଲେ ପୁଲିସ କମିଶନର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର : ଖନ୍ଦଗିରିରେ ଚାଲିଥିବା ଯାତ୍ରାପାର୍ଟିରେ ଆଇଟମ୍‌ ଗାର୍ଲଙ୍କ ଉଲଗ୍ନ ନାଚକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କଳିଙ୍ଗ ସେନା ପକ୍ଷରୁ ସୋମବାର ଦିନ ଖନ୍ଦଗିରି ଥାନାରେ ଏନେଇ ଏତଲା ମଧ୍ୟ ଦିଆଯାଇଛି । ଯାତ୍ରା ସଚିଦାନନ୍ଦ ପାର୍ଟିରେ ଅଭିନୟ କରୁଥିବା କାରକାରକୁ ଏଥିରୁ ନିବୃତ୍ତ ରହିବା ସହ ଯାତ୍ରାପାର୍ଟି ମାଲିକ ଓ କଳାକାରଙ୍କ ବିରୋଧରେ ଏହି ଏତଲା ଦେଇଛି କଳିଙ୍ଗ ସେନା । ମଞ୍ଚରେ ଉତ୍ତେଜନା ପୋଷାକ ପରିଧାନ ପୂର୍ବକ ଅର୍ଧନଗ୍ନ ଶରୀର ପ୍ରଦର୍ଶନ ଯେତିକି ଅଶାଳୀନ ଥିଲା,ମଞ୍ଚ ତଳକୁ ଯାଇ ଦର୍ଶକଙ୍କ କାନ କାମୁଡି ଦେବା ଦର୍ଶକଙ୍କୁ ଚକିତ କରିଥିଲା । ଯାତ୍ରା ପଡିଆରେ ହଜାର ମହିଳା, ପୁରୁଷ ଓ ଛୋଟବଡ ପିଲାଙ୍କ ଉପସ୍ଥିତିରେ ଏଭଳି ନୃତ୍ୟ ପରିବେଷଣକୁ କିଏ କେମିତି ଅନୁମତି ଦେଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୋମବାର ଦିନ କଳିଙ୍ଗ ସେନା କର୍ମୀମାନେ ପୋଷ୍ଟର କହିଥିଲେ ଯେ, ଆଜି ପୋଷ୍ଟର ଫାଡୁଛୁ, ଆଗକୁ ମଞ୍ଚରେ ବି ବିରୋଧ କରିବୁ । ପୁଲିସ ପ୍ରଶାସନ ତୁରନ୍ତ ଏହାକୁ ବନ୍ଦ ନ କଲେ,ପରିସ୍ଥିତି ଭୟଙ୍କର ହେବ । କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି ଯେ ମନ୍ଦିରମାଳିନୀ ଭୁବନେଶ୍ୱରରର ଅନ୍ୟତମ ଐତିହ୍ୟକ୍ଷେତ୍ର ହେଉଛି ଖନ୍ଦଗିରି । ହେଲେ ମେଳାରେ କଳାକାରମାନେ ଉଲଗ୍ନ ହୋଇ ନାଚିବା ପରମ୍ପରା ପ୍ରତି କୁଠାରଘାତ । ଅନ୍ୟ ପଟେ ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତି କଡା ନିଦେ୍ର୍ଦଶ ଦେଇ କହିଛନ୍ତି ଯେ, ଯେଉଁ ଆଇଟମ୍‌ ଗାର୍ଡଙ୍କ ବିରୋଧରେ ଅଭିଯୋଗ ଆସିଛି ତାଙ୍କୁ ଏଥିରୁ ନିବୃତ ରଖାଯାଉ । ଯଦି ଆଇନ୍‌କୁ ନ ମାନି ସେ ନାଚ ପରିବେଷଣ କରନ୍ତି ତା ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟଯେ, ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ଖନ୍ଦଗିରି, ଏହାକୁ ମାଘ ମେଳା ସମୟରେ ବହୁ ସାଧୁ ସନ୍ଥଙ୍କର ସମାଗମ ହେଉଛି । ହେଲେ ପ୍ରସିଦ୍ଧ ଖନ୍ଦଗିରି ମେଳା ଅବସରରେ ଏଠାରେ ଯେଭଳି ଅଶ୍ଳିଳ ନୃତ୍ୟ ପରିବେଷଣ ହେଉଛି ତାହା ଓଡିଶାବାସୀଙ୍କ ପାଇଁ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଛି । ଯାତ୍ରା ପରିବେଷଣ ଖରାପ ନୁହେଁ । ହେଲେ ଯାତ୍ରା ଆଢୁଆଳରେ ରାଜ୍ୟ ବାହାରୁ ଯୁବତୀମାନଙ୍କୁ ଆଣି ଏଠାରେ ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଉଲଗ୍ନ ନାଚ କରିବାକୁ କୌଣସି ମତେ ବରଦାସ୍ତ କରାଯାଇ ପାରିବନାହିଁ । ଖନ୍ଦଗିରି ମେଳାରେ ଯାତ୍ରା ଦେଖିବାକୁ ଲୋକେ ନିଜ ପରିବାର ସହିତ ଆସୁଥିବାବେଳେ ବେପାର ପାଇଁ କିଛି ଯାତ୍ରାପାର୍ଟି ମାଲିକ ପରମ୍ପରା ବିରୋଧି ଅଶ୍ଲିଳ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି । ଯାତ୍ରା ସଚ୍ଚିଦାନନ୍ଦରେ ଆଇଟମ୍‌ ଗାର୍ଲଙ୍କ ଅଶ୍ଲୀଳ ନୃତ୍ୟ ବେଶ ଚର୍ଚ୍ଚାରେ ରହି ଆସିଛି । ମଞ୍ଚ ଉପରେ ପିଠି ଖୋଲା ଦୃଶ୍ୟଠାରୁ ଆରମ୍ଭ କରି ଦର୍ଶକଙ୍କ ଭିତରେ ପଶି ଜଣେ ଯୁବକଙ୍କ କାନ କାମୁଡି ଦେବା ଭଳି ଘଟଣା ରବିବାର ରାତିରେ ଅଞ୍ଚଳରେ ଚଳହ ପକାଇଥିଲା । ଏହାକୁ ନେଇ ପ୍ରତିବାଦର ସ୍ୱର ଉଠିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*