ଖଣ୍ଡଗିରିରୁ ଭଣଜାକୁ ଗିରଫ କଲା ସୁରଟ୍‌ କ୍ରାଇମ୍‌ବ୍ରାଞ୍ଚ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ସାମାନ୍ୟ କହଳକୁ ନେଇ ଭଣଜା ମାମୁଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିବା ଘଟଣା ୩ ବର୍ଷ ତଳେ ସୁରଟ୍‌ ସର୍ଥନା ଥାନା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ଅଭିଯୁକ୍ତ ଭଣଜା ଗଞ୍ଜାମ ସୋରଡାର ମାନସ ଜେନା ହତ୍ୟା କରିବା ପରେ ଓଡିଶା ଫେରି ଆସିଥିଲା । ଅଭିଯୁକ୍ତ ଭଣସାକୁ ଗିରଫ କରିବାରେ ସ୍ଥାନୀୟ ପୁଲିସ ବିଫଳ ହୋଇଥିଲା । ପରେ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିଥିଲା । ସୁରଟ୍‌ ସିଟି କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଦୁଇ ଦିନ ତଳେ ସୋରଡାରୁ ଫେରି ମାନସକୁ ଭରତପୁର ବସ୍ତିରୁ ଖନ୍ଦଗିରି ପୁଲିସ ସହାୟତାରେ ଗିରଫ କରିଛି । ପୁଲିସକୁ ଚକ୍‌ମା ଦେଇ ଦୀର୍ଘ ଦିନ ଧରି ମାନସ ଫେରାର ହୋଇଯାଇଥିଲା । ଗିରଫ ପରେ ତାକୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିବା ପରେ ମାନସକୁ ରିମାନ୍ଦରେ ନେଇଛି କ୍ରାଇମ୍‌ବ୍ରାଞ୍ଚ । ମାମୁକୁ ହତ୍ୟା କରିବା ପଛରେ ମାନସ ଏକମାତ୍ର ହତ୍ୟାକାରୀ ନାଁ ଅନ୍ୟ ଯେଉଁ ସହଯୋଗୀ ଏହି ହତ୍ୟାକାନ୍ଦ ଘଟଣାରେ ସଂପୃକ୍ତ ଅଛନ୍ତି ସେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ ଜାରି ରଖିଛି । ସୂଚନାଯୋଗ୍ୟ ଯେ,ଗଞ୍ଜାମ ଜିଲ୍ଲା ସୋରଡା ଗ୍ରାମର ମାନସ ଜେନା(୨୮) ଓ ତାଙ୍କ ମାମୁଁ ୨୦୧୬ ମସିହାରେ ସୁରଟ୍‌ସିଟିରେ ଥିବା ଏକ ମାରୁତି କଂପାନୀରେ ଚାକିରି କରିଥିଲେ । ଗୋଟିଏ ଘରେ ଦୁହେଁ ଭଡାରେ ରହି କାମ କରୁଥିଲେ । ଜୁନ୍‌ ମାସରେ ଟଙ୍କା ଦିଆନିଆକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ମାମୁ ବିଳମ୍ବିତ ରାତିରେ ଶୋଇଥିବାବେଳେ ମାନସ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟାକରି ଫେରାର ହୋଇଯାଇଥିଲା । ସକାଳୁ ସକାଳୁ ପଡୋଶୀମାନେ ଦେଖି ସ୍ଥାନୀୟ ସର୍ଥାନା ପୁଲିସ ଷ୍ଟେସନକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଯୁବକଙ୍କ ମୃତଦେହକୁ ଜବତ କରିଥିଲା । ପରେ ପୁଲିସ ମାନସଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲା । ମାନସ ହତ୍ୟା କରିବା ପରେ ଗାଁକୁ ପଳାଇ ଆସିଥିଲା । କିଛି ମାସ ସେଠାରେ ରହିବା ପରେ ଖନ୍ଦଗିରି ଥାନା ଭରତପୁର ବସ୍ତିରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲା । ୩ ବର୍ଷ ଧରି ସର୍ଥନା ପୁଲିସ ମାନସକୁ ଧରିବାରେ ବିଫଳ ହେବା ପରେ ପରିବାର ଲୋକେ ଏନେଇ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୂର୍ବରୁ ଦୁଇ ଦୁଇ ଥର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସୋରଡା ଯାଇ ନିରାଶ ହୋଇ ଫେରିଥିଲା । ଶନିବାର ଦିନ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଅଭିଯୁକ୍ତ ମାନସକୁ ଭରତପୁର ବସ୍ତିରୁ ଗିରଫ କରିବାରେ ସଫଳ ହୋଇଛି । ମାନସ ଏବେ କ୍ରାଇମ୍‌ବ୍ରାଞ୍ଚ ରିମାନ୍ଦରେ ଅଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*