ଖଣି ନେଉଛି ଜୀବନ: ଓଏମ୍‌ସି ଲୁଟୁଛି ଆଦିବାସୀଙ୍କୁ! ସ୍ୱାସ୍ଥ୍ୟସେବା ଠପ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କେନ୍ଦୁଝର

ଦିନ ରାତି ଘୋ ଘୋ ଗର୍ଜନରେ ଫାଟି ପଡ଼ୁଛି, ଧୂଳି ଧୂଅାଁରେ ଅଣନିଶ୍ୱାସି ହୋଇପଡ଼ୁଛନ୍ତି ଗ୍ରାମବାସୀ । ଅଧିକାଂଶ ଲୋକ ରୋଗଗ୍ରସ୍ତ ହୋଇ ଘରେ ପଡ଼ିରହୁଛନ୍ତି । ନା ଔଷଧ, ନା କିଛି ସୁଷମ ଖାଦ୍ୟ କିଛି ନାହିଁ, ଭଗବାନ ଭରସାରେ ଜୀବନ ବିତୁଛି । ଏଭଳି ସଙ୍ଗିନ ପରିସ୍ଥିତି ଦେଖିବାକୁ ମିଳୁଛି କେନ୍ଦୁଝର ସଦର ମହକୁମାରୁ ମାତ୍ର ୧୫ କି.ମି ଦୂର ତଳ କଇଁସାରୀ ପଞ୍ଚାୟତର ଉପର କଇଁସାରୀ ଗ୍ରାମରେ । ଗ୍ରାମର ଆଦିବାସୀ ଯୁବକ ସମାରମୁନ୍ଦା (୩୯), ୫/୬ ମାସ ପୂର୍ବରୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦ୍ୱାରା ଚାଲୁଥିବା ଗାଁ ଖଣିରେ ବ୍ଲାଷ୍ଟିଙ୍ଗ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ଅଜଣା ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଏକ କଙ୍କାଳ ସାର ହୋଇ ଘରେ ପଡ଼ିରହିଛନ୍ତି । ତାଙ୍କ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟାଳୟରେ ୧୦ରୁ ୧୨ ଦିନ ରଖି ଘରକୁ ଫେରାଇ ଆଣିଥିବା ବେଳେ ବଂଶପାଳ ମେଡିକାଲ ତରଫରୁ କିଛି ଦିନ ପୂର୍ବରୁ ଟିବି ହୋଇଥିବା ଜାଣି ଆଶାଦିଦିଙ୍କ ଜରିଆରେ ଔଷଧ ଦେଇଛନ୍ତି । ହେଲେ ସମାର ଏବେ ସମ୍ପୂର୍ଣ୍ଣ ରୂପେ ଦୁର୍ବଳ ହୋଇ ଉଠିବାକୁ ମଧ୍ୟ ସକ୍ଷମ ନଥିବାବେଳେ କିଛି ଖାଦ୍ୟ ମଧ୍ୟ ଖାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ କଟକ ଡାକ୍ତରଖାନା ନେବାକୁ ଆବଶ୍ୟକ ପଡ଼ୁଥିବା ବେଳେ ଓଏମ୍‌ କର୍ତ୍ତୃପକ୍ଷ ଏକଥା ଜାଣି ମଧ୍ୟ କିଛି ସହଯୋଗ ନକରିବା ଗ୍ରାମବାସୀଙ୍କୁ କ୍ଷୁବ୍ଧ କରିଛି । କିଛି ବର୍ଷ ହେଲା ଏହି ଗାଁର ଅନେକ ଲୋକ ଚିକିତ୍ସା ସୁବିଧା ନପାଇ ପାରି ଆରପାରିକୁ ଚାଲି ଯାଇଥିବା ବେଳେ ସମାରଙ୍କ ଅବସ୍ଥା ମଧ୍ୟ ଏବେ ଏ ଖଣି ପ୍ରଭାବିତ ଗାଁର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଲଙ୍ଗଳା କରୁଛି ନିଶ୍ଚିତ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଦିନ ରାତି ଶହ ଶହ ଟି୍ରପ ଆମ ବାଡ଼ିରୁ ଖୋଳି ନେଇ ସରକାର ଏବଂ ଶିଳ୍ପପତିମାନେ ରାଜନେତାଙ୍କ ଦ୍ୱାରା ମାଲେମାଲ ହେଉଥିବା କେବେ ମୂଳ ଅଧିବାସୀମାନେ ଆଜି ବଞ୍ଚôବା ପାଇଁ ସଂଘର୍ଷ କରୁଛନ୍ତି । ତାଙ୍କ ଜମି ବାଡ଼ି ସବୁକୁ ଖଣି କର୍ତ୍ତୃପକ୍ଷ ନିଜ କବ୍‌ଜାକୁ ନେଇ ଡମ୍ଫିଙ୍ଗ ୟାର୍ଡ ନିର୍ମାଣ କରି ଦିନ ରାତି ତାଙ୍କୁ ଛାତିରେ ଖଣିଜ ପଦାର୍ଥ ଗୁଡ଼ିକୁ ଢାଳି ଚାଲିଛନ୍ତି । ଏମାନଙ୍କ ଆପତ୍ତି ଅଭିଯୋଗ କାକୁତି ମିନତି କେହି କେବେ ଶୁଣୁନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କିଛି ଦଲାଲଙ୍କୁ ନେଇ ଖଣି କର୍ତ୍ତୃପକ୍ଷ ଏମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଏମାନେ ଏବେ ନା ଚାଷବାସ କରିପାରୁଛନ୍ତି ନା ଏମାନଙ୍କୁ ଖଣିରେ କାମ କରିବାର ସୁଯୋଗ ମିଳୁଛି କିଛି ନାହିଁ କେବଳ ଧୂଳି ଧୂଆଁ ଖାଇ ଜୀବନକୁ ଅବେଳେରେ ହରାଇ ଦେଉଛନ୍ତି । ‘ଓଏମସି’ ତରଫରୁ ଏମାନଙ୍କୁ ନା ଆମ୍ବୁଲାନ୍ସଟିଏ ନା ସାମାନ୍ୟ ଔଷଧ ବ୍ୟବସ୍ଥା ମଧ୍ୟ ନ କରିବା ବିଭାଗ ପ୍ରତି ଅଙ୍ଗୁଳି ନଦେ୍ର୍ଦଶ କରୁଥିବା ବେଳେ ଏନେଇ ଅନେକ ବାର ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗାଁ ଲୋକେ କହୁଛନ୍ତି । ତେଣୁ ଗ୍ରାମବାସୀଙ୍କ ଦାବି ମୁତାବକ ଏହି ସମାର ମୁନ୍ଦାଙ୍କୁ ସମ୍ପୂର୍ଣ୍ଣ ‘ଓଏମସି’ କର୍ତ୍ତୃପକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା ସହାୟତା ଯୋଗାଇ ଦେଲେ ସମାରଙ୍କ ଜୀବନ ବଞ୍ଚôଯାଇ ପାରନ୍ତା । ଅନ୍ୟଥା ସମାର ଏହି ଯୁବ ଅବସ୍ଥାରେ ଆରପାରିକୁ ଚାଲିଯିବା ଥୟ । ଠିକ୍‌ ସେହି ଭଳି ଉପର କଇଁସାରୀର ରାମ ମୁନ୍ଦା ମଧ୍ୟ ଖୁବ କମ୍‌ ବୟସରୁ ରୋଗାକ୍ରୟ ହୋଇ ଏବେ ଚିକିତ୍ସା ସୁବିଧା ନପାଇ ଦେଶୀ ଚିକିତ୍ସା ଆପଣେଇ ଥିବା ଆମ ପ୍ରତିନିଧିଙ୍କୁ କହିଛନ୍ତି । ପ୍ରଶାସନ ତରଫରୁ ତୁରନ୍ତ ଏହି ସବୁ ଖଣି ପ୍ରଭାବିତ ଗାଁ ଗୁଡ଼ିକରେ ତ୍ୱରିତ ପଦକ୍ଷେପ ନେଇ ‘ଓଏମସି’ ସହାୟତାରେ ଔଷଧ ଖାଦ୍ୟ ଯୋଗାଇ ଦେବାକୁ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*