ଖଇରବଣି ଆଶ୍ରମ ବିଦ୍ୟାଳୟକୁ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବୈଶିଙ୍ଗା

ରାଜ୍ୟସ୍ତରରେ ଓଡ଼ିଶା ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ୨୦୧୯ ପାଇଁ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ଖଇରବଣି ଆଶ୍ରମ ବିଦ୍ୟାଳୟ ମନୋନୀତ ହୋଇଛି । ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରଠାରେ ପୁରସ୍କୃତ ହୋଇଛି । ଏହି ସୁରଭି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏକ ମାନପତ୍ର ସହ ୧୦ହଜାର ଟଙ୍କାର ଏକ ଚେକ୍‌ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିନିତା ଦାଶଙ୍କୁ ପ୍ରଦାନ କରିଥିଲେ । ସ୍ୱଚ୍ଛତା ତଥା ଶିକ୍ଷାଦାନ କ୍ଷେତ୍ରରେ ଖଇରବଣି ଆଶ୍ରମ ବିଦ୍ୟାଳୟର ସୁନାମ ପୂର୍ବରୁ ରହିଆସିଛି । ଏହା ଏକ ଆଶ୍ରମ ବିଦ୍ୟାଳୟ ହୋଇଥିବାରୁ ଏଠାରେ ପ୍ରାୟ ୫ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*