କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ଶ୍ରୀକାନ୍ତ ଓ ସୌରଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲକ୍ଷ୍ନୌ

ଏଠାରେ ଚାଲିଥିବା ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ପୂର୍ବତନ ଚମ୍ପିଆନ୍‌ ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ସହ ସୌରଭ ବର୍ମା ମଧ୍ୟ ଉଠିଛନ୍ତି କ୍ୱାର୍ଟର ପର୍ଯ୍ୟାୟକୁ । ହେଲେ ଲକ୍ଷ୍ୟ ସେନ କିନ୍ତୁ ଗୁରୁବାର ଦିନ ନିଜ ମ୍ୟାଚ୍‌ ହାରି ବିଦା ହୋଇଯାଇଛନ୍ତି । ୨୦୧୬ ମସିହାରେ ଏଠାରେ ଚମ୍ପିଆନ୍‌ ହୋଇଥିବା ଶ୍ରୀକାନ୍ତ ଗୁରୁବାର ବଡ଼ ରୋଚକ ମ୍ୟାଚ୍‌ରେ କାଶ୍ୟପଙ୍କୁ ୧୮-୨୧, ୨୨-୨୦ ଏବଂ ୨୧-୧୬ରେ ପରାଜିତ କରିଥିଲେ । ପରବର୍ତ୍ତୀ ରାଉନ୍ଦରେ ସେ ଦକ୍ଷିଣ କୋରିଆର ସନ୍‌ଙ୍କ ବିପକ୍ଷରେ ଖେଳିବେ । ସୌରଭ ବର୍ମା ଭାରତୀୟ ଖେଳାଳି ଆଳାପ ମିଶ୍ରଙ୍କୁ ୨୧-୧୧ ଓ ୨୧-୧୮ରେ ହରାଇ କ୍ୱାର୍ଟରକୁ ଉଠିଛନ୍ତି । ସେଠାରେ ସେ ଥାଇଲାନ୍ଦର ଖେଳାଳିଙ୍କୁ ଭେଟିବେ । ନିକଟରେ ସ୍କଟିସ୍‌ ଓପନରେ ଚମ୍ପିଆନ୍‌ ହୋଇଥିବା ଲକ୍ଷ୍ୟ ପୂର୍ବତନ ଏକ ନମ୍ବର ଖେଳାଳି ସନଙ୍କ ପାଖରୁ ପରାଜିତ ହୋଇଯାଇଛନ୍ତି । ଅଜୟ ଜୟରାମ ମଧ୍ୟ ଚୀନର ଖେଳାଳି ଝାଓଙ୍କ ପାଖରୁ ୧୮-୨୧, ୨୧-୧୪ ଓ ୨୮-୩୦ରେ ହାରି ପ୍ରତିଯୋଗିତାରୁ ବାହାର ହୋଇଛନ୍ତି । ସେହିପରି ୧୯ ବର୍ଷିୟ ସିରିଲ ବର୍ମା କୋରିଆଙ୍କ ଖେଳାଳିଙ୍କ ପାଖରୁ ହାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*