କ୍ୱାରେଣ୍ଟାଇନ୍‌ରୁ ବାହାରିବା ପରେ ଏପରି ହେବ ସ୍ଥିତି ,ଭୟାନକ ଫଟୋ ସେୟାର କଲେ ରଣବୀର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କରୋନା ଭାଇରସ୍‌ ସଂକ୍ରମଣରୁ ବର୍ତ୍ତିବା ପାଇଁ ଏବେ ଦେଶର ଅଧିକାଂଶ ଲୋକେ ନିଜ ଘରେ ଅଧିକରୁ ଅଧିକ ସମୟ କାଟୁଛନ୍ତି । ଏପରି ସ୍ଥିତିରେ ବଲିଉଡ୍‌ ସେଲିବି୍ରଟିମାନେ ମଧ୍ୟ ଘରେ ରହି ନିଜ ସମୟକୁ ଉପଭୋଗ କରୁଛନ୍ତି । ସୋମବାର ଜନତା କର୍ଫୁ୍ୟ ପରେ ରଣବୀର ସିଂ ନିଜର ଏକ ଭୟାନକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଭୂତ ଭଳି ଦେଖାଯାଉଛନ୍ତି । ରଣବୀରଙ୍କ କହିବା ଅନୁସାରେ କ୍ୱାରେଣ୍ଟାଇନରୁ ବାହାରିବା ପରେ ଆମ ମାନଙ୍କ ସ୍ଥିତି ଠିକ୍‌ ଏପରି ହେବ ।
ଇନଷ୍ଟାଗ୍ରାମରେ ସେୟାର କରିଥିବା ଏହି ଫଟୋରେ ରଣବୀରଙ୍କ ଲୁକ୍‌ ଭୂତ ଭଳି ଦେଖାଯାଉଛି । ଆଖି ତଳ କଳା ଥିଲା ବେଳେ ଚୁଟିଗୁଡିକ ଜଟ ହୋଇଯାଇଛି । ଏହି ଫଟୋ ସହ ସେ କ୍ୟାପ୍‌ସନରେ ଲେଖିଛନ୍ତି ଯେ, ‘ମୁଁ କ୍ୱାରେଣ୍ଟାଇନରୁ ବାହାରକୁ ଆସିଛି । ଏବେ ଏହି ଫଟୋକୁ ନେଇ ତାଙ୍କୁ ମିଳୁଛି ବଡ଼ ମଜାଦାର କମେଣ୍ଟସ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*