କ୍ୟାରିୟରର ବେଷ୍ଟ ରାଙ୍କିଙ୍ଗରେ ମୟଙ୍କ ଏବଂ ସାମି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଜେନ୍ସୀ : ଦୁବାଇ

ଭାରତୀୟ ଟେଷ୍ଟ ଦଳର ପେସ୍‌ ବୋଲର ମହମ୍ମଦ ସାମି ଏବଂ ଓପନର ମୟଙ୍କ ଅଗ୍ରୱାଲ ରବିବାର ଦିନ ତାଙ୍କ ଟେଷ୍ଟ ଜୀବନରେ ସବୁଠାରୁ ଭଲ ର୍ୟାଙ୍କରେ ପହଞ୍ଚିଛନ୍ତି । ଆଇସିସି ପକ୍ଷରୁ ରବିବାର ଦିନ ଟେଷ୍ଟ ର୍ୟାଙ୍କିଙ୍ଗର ସଦ୍ୟତମ ସଂସ୍କରଣ ପ୍ରକାଶ କରାଯାଇଛି । ବାଂଲାଦେଶକୁ ଏକ ଇନିଂସ ଓ ୧୩୦ ରନ୍‌ରେ ହରାଇବା ପଛରେ ଏହି ଦୁଇ ଖେଳାଳିଙ୍କର ବିଶେଷ ଯୋଗଦାନ ଥିଲା । ସାମି ୭ଟି ୱିକେଟ୍‌ ୫୭ ରନ୍‌ ଦେଇ ମ୍ୟାଚରେ ପାଇଥିଲା ବେଳେ ମୟଙ୍କ ୨୪୩ ରନ୍‌ ସ୍କୋର କରିଥିଲେ ଏକାକୀ । ସାମି ବର୍ତ୍ତମାନ ବୋଲରମାନଙ୍କ ତାଲିକାରେ ୮ ପାଦ ଉପରକୁ ଡେଇଁ ୭ମ ସ୍ଥାନରେ ଅଛନ୍ତି । ସେ ୭୯୦ ପଏଣ୍ଟ ହାସଲ କରିଛନ୍ତି । ଯାହା କୌଣସି ଭାରତୀୟ ପେସ୍‌ ବୋଲରଙ୍କ ଲାଗି ତୃତୀୟ ଭଲ ରେଟିଂ ପଏଣ୍ଟ କପିଲ ଦେବ ୮୭୭ ଏବଂ ବୁମରା ୮୩୨ ପଏଣ୍ଟ ହାସଲ କରିସାରିଛନ୍ତି । ସେହିପରି ଡବଲ ସେଞ୍ଚୁରୀ ମାରିଥିବା ମୟଙ୍କ ୬୯୧ ପଏଣ୍ଟ ହାସଲ କରି ବର୍ତ୍ତମାନ ୧୧ତମ ସ୍ଥାନରେ ରହିଛନ୍ତି । ସେ ନିଜ ପ୍ରଥମ ୮ ଟେଷ୍ଟ ଭିତରେ ମୋଟ୍‌ ୮୫୮ ରନ୍‌ ସ୍କୋର କରିସାରିଲେଣି । ତାଙ୍କଠାରୁ କେବଳ ୭ଜଣ ବ୍ୟାଟ୍ସମ୍ୟାନ୍‌ ୮ ଟେଷ୍ଟରେ ଅଧିକ ରନ୍‌ କରିଛନ୍ତି । ସେମାନେ ହେଲେ ଡନ୍‌ ବ୍ରାଡମ୍ୟାନ୍‌- ୧୨୧୦, ଏଭର୍ଟନ ୱିକ୍ସି- ୯୬୮, ସୁନିଲ ଗାଭାସ୍କର-୯୩୮, ମାର୍କ ଟେଲର-୯୦୬, ଜର୍ଜ ହେଡଲି-୯୦୪, ଫ୍ରାଙ୍କ ୱରେଲ-୮୯୦ ଏବଂ ହବର୍ଟ ୮୭୨ ରନ୍‌ ସ୍କୋର କରିଥିଲେ । ଅନ୍ୟ ଭାରତୀୟଙ୍କ ମଧ୍ୟରେ ବୋଲରମାନଙ୍କ ତାଲିକାରେ ଇଶାନ୍ତ ୨୦, ଉମେଶ ୨୨ ରହିଥିଲା ବେଳେ ଅଶ୍ୱିନ୍‌-୧୦ ଭିତରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ।
ଦିନିକିଆ ପାଇଁ ମୟଙ୍କ
ବାଂଲାଦେଶ ବିପକ୍ଷରେ ଇନେ୍ଦାର ଟେଷ୍ଟରେ ଯେପରି ଢଙ୍ଗରେ ମୟଙ୍କ ଅଗ୍ରୱାଲ ବ୍ୟାଟିଂ କରିଥିଲେ ତାହା ତାଙ୍କ ପାଇଁ ଏକଦିବସୀୟ ବାଟ ମଧ୍ୟ ଖୋଲି ଦେବାକୁ ଯାଉଛି । ସେ ଇନେ୍ଦାର ଟେଷ୍ଟରେ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ । ତେଣୁ ଚର୍ଚ୍ଚା ହେଉଛି ଆସନ୍ତା ମାସରେ ୱେଷ୍ଟଇନ୍ଦିଜ ବିପକ୍ଷରେ ଘରେ ଖେଳା ଯିବାକୁ ଥିବା ଏକଦିବସୀୟ ସିରିଜ ପାଇଁ ଅଗ୍ରୱାଲଙ୍କୁ ବଛାଯିବ । କୁହାଯାଉଛି ଇନ୍ଦିଜ ଏକଦିବସୀୟ ସିରିଜରୁ ରୋହିତ ଶର୍ମା ବିଶ୍ରାମ ନେଇପାରନ୍ତି । ସେ ଅବସ୍ଥାରେ ମୟଙ୍କଙ୍କୁ ଦଳରେ ଗ୍ରହଣ କରାଯିବ । ଗତ ବହୁ ମାସ ଧରି ରୋହିତ ନିୟମିତ ଖେଳୁଛନ୍ତି । ତେଣୁ ନୁ୍ୟଜିଲାନ୍ଦ ଗସ୍ତ ପୂର୍ବରୁ ତାଙ୍କୁ ବିଶ୍ରାମ ଦେବାକୁ ବିଚାର କରାଯାଉଛି ବୋଲି ଆଲୋଚନା ହେଉଛି । ବହୁ ପୂର୍ବତନ କି୍ରକେଟର ମଧ୍ୟ ମୟଙ୍କଙ୍କୁ ଏକଦିବସୀୟ ଦଳରେ ଆଣିବା ପାଇଁ ମତ ଦେଇସାରିଲେଣି ।

ପ୍ରଥମ ଗୋଲାପୀ ବଲ୍‌ ଟେଷ୍ଟ ପାଇଁ ପିଚ୍‌ ରେଡି
ନିକଟ ଅତୀତ ଯାଏ ଲଗାଣ ବର୍ଷା କୋଲକାତାରେ ଲାଗି ରହିବା ଇଡେନର ପିଚ୍‌ ପ୍ରସ୍ତୁତକାରୀଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ହୋଇଥିଲା । ହେଲେ ଆଉ ୪ ଦିନ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଥିଲା ବେଳେ ଏବେ ପିଚ୍‌ ପୂରା ପ୍ରସ୍ତୁତ ହୋଇଯାଇଛି । ଇଡେନ୍‌ ଷ୍ଟାଡିୟମର ଅଭିଜ୍ଞ କୁ୍ୟରେଟର ସୁଜନ ମୁଖାର୍ଜୀ ଦୃଢ ବିଶ୍ୱାସ ପ୍ରକଟ କରି କହିଛନ୍ତି ଗୋଲାପୀ ବଲ୍‌ରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଅବସରରେ ଇଡେନର ୨୨ଗଜର ପିଚ୍‌ ଭଲ କି୍ରକେଟ ପାଇଁ ସହାୟକ ହେବ । ଆସନ୍ତା ୨୨ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟର ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ଦିବାରାତ୍ର ଭାବରେ ଖେଳାଯିବାକୁ ସ୍ଥିର ହୋଇଛି । ମହାବାତ୍ୟା ବୁଲ୍‌ବୁଲ୍‌ କାରଣରୁ ବେଶ କିଛି ଦିନ ସହରରେ ନିୟମିତ ବର୍ଷା ହୋଇଥିଲା । ତା’ସତ୍ୱେ ପିଚ୍‌ ପ୍ରସ୍ତୁତ କାରୀମାନେ ଏହାର ବଡ଼ ଯତ୍ନ ନେଇ ଭଲ ପିଚ୍‌ ତିଆରି କରିବାକୁ ସକ୍ଷମ ହୋଇଛନ୍ତି । ତେବେ ସୁଜନ ମୁଖାର୍ଜୀ ପ୍ରସ୍ତୁତ ହୋଇଥିôବା ନୂଆ ପିଚ୍‌ରେ ଏକ ଟ୍ରାଏଲ ମ୍ୟାଚ୍‌ କରିବା ସକାଶେ ଚାହୁଁଥିଲେ । ହେଲେ ବର୍ଷା ଲାଗି ରହିବା କାରଣରୁ ତାହା ସକ୍ଷମ ହୋଇପାରିନାହିଁ । ଏହି ପିଚ୍‌ରେ ହାଲ୍‌କା ଘାସ ରହିଛି ଯାହା ପେସ୍‌ ବୋଲର ମାନଙ୍କୁ ସହାୟକ ହେବ । ଏହା ସାଙ୍ଗକୁ ବାଉନ୍ସ ମଧ୍ୟ ଠିକ୍‌ ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*