କ୍ୟାବିନେଟର ଦୁଇ ବଡ଼ ନିଷ୍ପତ୍ତି, ରେଳକର୍ମଚାରୀଙ୍କୁ ବୋନସ୍‌, ନିଷିଦ୍ଧ ହେଲା ଇ-ସିଗାରେଟ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
କେନ୍ଦ୍ର ସରକାର ବୁଧବାର କ୍ୟାବିନେଟ୍‌ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ପଟେ ରେଳକର୍ମଚାରୀଙ୍କ ପାଇଁ ୭୮ଦିନର ବୋନସ ଘୋଷଣା କରାଯାଇଥିଲା ବେଳେ ଅନ୍ୟ ପଟେ ଦେଶରେ ଇ-ସିଗାରେଟକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିଛି ।
ପାର୍ବଣ ଅବସରରେ ରେଳବାଇ କର୍ମଚାରୀଙ୍କୁ ୧୮ଦିନର ଦରମାର ସମାନ ବୋନସ ପ୍ରଦାନ କରାଯିବ । ୧୧ଲକ୍ଷରୁ ଅଧିକ କର୍ମଚାରୀ ଏହାର ଫାଇଦା ପାଇବେ । ଏହି ବୋନସ ଦ୍ୱାରା ସରକାରୀ ରାଜକୋଷ ଉପରେ ଅତିରିକ୍ତ ୨୦୨୪କୋଟି ବୋଝ ପଡିବ ।
ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସରକାର ଇ-ସିଗାରେଟ୍‌ ନିଷିଦ୍ଧ କରିଛନ୍ତି । ଇ-ସିଗାରେଟର ବ୍ୟବହାର, ଉତ୍ପାଦନ, ବିକି୍ର, ସଂରକ୍ଷଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଯେତେବେଳେ ସରକାର ଇ-ସିଗାରେଟ ଠାରୁ ଅଧିକ କ୍ଷତିକାରକ ସିଗାରେଟକୁ କାହିଁକି ନିଷିଦ୍ଧ କରୁନାହାଁନ୍ତି ବୋଲି ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ, ଇ-ସିଗାରେଟ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ତେଣୁ ଆରମ୍ଭ ହିଁ ଏହାକୁ ରୋକିବା ପାଇଁ ନିଷ୍ପତ୍ତି ନିଆଗଲା । ସରକାର ମଧ୍ୟ ଇ-ହୁକ୍କାକୁ ନିଷିଦ୍ଧ କରିଛନ୍ତି । ସେ କହିଛନ୍ତି ଯେ ଇ-ସିଗାରେଟ ବ୍ୟବହାର କରୁଥିବା ଅଭିଯୁକ୍ତ ପ୍ରଥମ ଥର ପାଇଁ ଧରାହେଲେ ସେମାନଙ୍କୁ ଏକବର୍ଷ ଜେଲ ଦନ୍ଦ ଅଥବା ଏକଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ତେବେ ଦ୍ୱିତୀୟ ଧରାପଡିଲେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ୩ବର୍ଷ ଜେଲ କିମ୍ବା ଉଭୟ ହୋଇପାରେ । ଇ-ସିଗାରେଟ ବନ୍ଦ କରିବା ପାଇଁ ପୂର୍ବରୁ ଏମ୍ସ,ଟାଟା ଏବଂ ଅନ୍ୟ ଅଗ୍ରଣୀ ସଂସ୍ଥାର ଡାକ୍ତରମାନେ ସୁପାରିସ କରିଥିଲେ । ଟେକ୍ନିକାଲ କମିଟି ଏହାର ଯାଞ୍ଚ ପରେ ରିପୋର୍ଟ ପ୍ରଦାନ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*