କ୍ୟାନ୍ସର ହସ୍ପପିଟାଲରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: କଟକ

ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ଅନ୍ୟ ୫ ଜଣ ମେଡିକାଲ କର୍ମଚାରୀଙ୍କ ସହ ଆହର କେନ୍ଦ୍ରର ସଦସ୍ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ମେଡିକାଲ କର୍ମଚାରୀମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ସୋମବାର ମେଡିକାଲରେ କର୍ମଚାରେୀମାନେ କ୍ୱାରେଣ୍ଟାଇନରେ ରହିବା ଦାବିରେ ଧାରଣା ଦେଇଥିଲେ । ମେଡିକାଲରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଭର୍ତ୍ତି କରିବା ବନ୍ଦ କରାଯାଇଛି ବୋଲି ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ନିଦେ୍ର୍ଦଶକ ପ୍ରଫେସର ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଚିହ୍ନଟ ୬ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ କିମ୍ସି କୋଭିଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ଜଣଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
କ୍ୟାନ୍ସର ହସ୍ପିଟାଲରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୨ ଜଣ ନର୍ସଙ୍କ ଠାରେ ରବିବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ପରେ ସୋମବାର ଦିନ ହସ୍ପପିଟାଲରୁ ଚିହ୍ନଟ ୬ ଜଣ ଆକ୍ରାନ୍ତ ମଧ୍ୟରୁ ୪ ଜଣ ମେଡିକାଲ କର୍ମଚାରୀ ହୋଇଥିବା ବେଳେ ଜଣେ ଆଟେନ୍ଦାଣ୍ଟ ସହ ଜେଣ ମେଡିକାଲ ପରିସରରେ ଥିବା ଆହର କେନ୍ଦ୍ରର କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି । ଗତ ୨୪ରେ ଜଣେ ରୋଗୀ କରୋନା ଭୂତାଣୁରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏହାପରେ ରୋଗୀର ସଂସ୍ପର୍ଶରେ ଆସିଥିବା ୫୨ ଜଣ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀମାନଙ୍କୁ ଆଇସୋଲେସନରେ ରଖାଯାଇଥିଲା । ପରେ ସେମାନଙ୍କ ରକ୍ତ ଓ ସ୍ୱାପ ନମୁନା ଟେଷ୍ଟ କରାଯାଇଥିଲା । ଟେଷ୍ଟରେ ସେମାନଙ୍କ ରବିବାର ଦିନ ୨ ଜଣ ନର୍ସଙ୍କ ନମୁନାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ଅନ୍ୟ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ଜଣାପଡିଛି । ଏହାକୁ ନେଇ ମେଡିକାଲରେ ଅନ୍ୟକର୍ମଚାରୀମାନେ ଆତଙ୍କିତ ହୋଇ କାର୍ଯ୍ୟ କରିବାକୁ ମନା କରି ଆଇସୋଲେସନରେ ରହିବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*