କ୍ଷୟକ୍ଷତି ପ୍ରଦାନରେ ଅନିୟମିତତା,ଧାରଣାରେ ଚାଷୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭଦ୍ରକ

ଚାଷ କ୍ଷୟକ୍ଷତି ବୀମାରାଶି ପ୍ରଦାନରେ ଅନିୟମିତତାକୁ ନେଇ ତିହିଡି ଥାନା ଅଧୀନସ୍ଥ କାଁପଡା ଗ୍ରାମପଞ୍ଚାୟତ ଅଧୀନସ୍ଥ ଦପା ଗ୍ରାମର ଚାଷୀମାନେ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଚାଷୀଙ୍କ ଅଭିଯୋଗ ମୁତାବକ, ବନ୍ୟାରେ ୨୦୧୮ ମସିହା ଖରିଫ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିଲା । ପରେ ସରକାରୀ କର୍ମଚାରୀ ଓ ବୀମା କଂପାନୀ ମିଳିତ ଭାବେ କାଁପଡା ପଂଚାୟତରେ କ୍ଷୟକ୍ଷତି ଆକଳନ କରି ୭୬ ପ୍ରତିଶତ ଚାଷ ନଷ୍ଟ ହୋଇଥିବାର ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ଅନୁସାରେ ଦପା ଗ୍ରାମର ସମସ୍ତ ଚାଷୀଙ୍କ ଚାଷ କ୍ଷୟକ୍ଷତି ଜନିତ ବୀମାରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ଉକ୍ତ ରାଶି ମିଳିପାରିଲା ନାହିଁ । ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିରେ ବୀମାରାଶି ନିମନ୍ତେ ପ୍ରସ୍ତୁତ ଚିଠାରେ ଅନିୟମିତତା କରାଯାଇଥିବାରୁ ଚାଷୀମାନେ ସେଥିରୁ ବଂଚିତ ହୋଇଛନ୍ତି । ଏଣୁପ୍ରାପ୍ୟ ବୀମାରାଶି ତୁରନ୍ତ ପ୍ରଦାନ କରିବାକୁ ସେମାନେ ଦାବି କରିବା ସହ ଏହା ନପାଇଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାର ଚେତାବନୀ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*