କ୍ଷତ୍ରୀୟ ମହାସଭାର ଶସ୍ତ୍ର ପୂଜନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

ଖଣ୍ଡାୟତ ଓ କ୍ଷତ୍ରୀୟ ମହାସଭା କାସିମପୁର ଶାଖାର ଶସ୍ତ୍ର ପୂଜନ ଉତ୍ସବ ଦଶହରା ଅବସରରେ ପାଳିତ ହୋଇଯାଇଛି । ବିଗତ ୧୧ବର୍ଷ ଧରି ମହାସଭା ପକ୍ଷରୁ ପାଳିତ ହୋଇ ଆସୁଥିବା ଉକ୍ତ ଉତ୍ସବରେ ଶସ୍ତ୍ର ପୂଜା ପରମ୍ପରା ବଜାୟ ରଖିବାକୁ ଯୁବପିଢ଼ୀଙ୍କୁ ଆହ୍ୱାନ ଦିଆଯାଇଥିଲା । ପ୍ରାରମ୍ଭରେ ଏକ ବଣ୍ଣାଢ଼୍ୟ ଶୋଭାଯାତ୍ରାରେ କଳସ ଶୋଭାଯାତ୍ରା ବାହାରି ପୂଜାସ୍ଥଳରେ ପହଞ୍ଚିଥିଲା । ପରେ ମା’ ଦୁର୍ଗାଙ୍କ ଠାରୁ ଆଜ୍ଞାମାଳ ଅଣାଯିବା ପରେ ପାରମ୍ପରିକ ପୂଜା, ହୋମ ଯଜ୍ଞ ଓ ସନ୍ତକ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜା ଶେଷରେ ମହାସଭାର ସମସ୍ତ ସଦସ୍ୟ ନିଜର ପାରମ୍ପରିକ ଅସ୍ତ୍ର ସହ ଗ୍ରାମ ପରିକ୍ରମା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*