କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବିରେ ଗଣଧାରଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ପାଟକୁରା

ଗତ ଫୋନି ବାତ୍ୟାରେ ଗରଦପୁର ତହସିଲ ଅଞ୍ଚଳରେ ଚାଳଘର କ୍ଷତିଗ୍ରସ୍ତଙ୍କୁ ଆର୍ଥôକ ସହାୟତା ଯୋଗାଇବା ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନାଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତମାନେ ଏହି ଧାରଣା ଦେଇଥିଲାବେଳେ ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ ଘଟଣାସ୍ଥଳକୁ ଆସି ଦାବିଗୁଡିକ ବିଚାରକୁ ନିଆଯାଇ ତଦନ୍ତ କରିବା ସହ ଯୋଗ୍ୟ କ୍ଷତିଗ୍ରସ୍ତଙ୍କୁ ଆର୍ଥôକ ସହାୟତା ପ୍ରଦାନ କରାଯିବ ବୋଲି କହିବା ପରେ ଗଣଧାରଣା ସ୍ଥଗିତ କରାଯାଇଛି । ଗତ ଫୋନି ବାତ୍ୟାରେ ଗରଦପୁର ତହସିଲ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିଲା । ତହସିଲ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କ୍ଷତିଗ୍ରସ୍ତଙ୍କୁ ଆର୍ଥôକ ସହାୟତା ପ୍ରଦାନ କରିବାରେ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ହେଲେ ଏହି ତାଲିକାରେ କୌଣସି ଯୋଗ୍ୟ ହିତାଧିକାରୀ ନଥାଇ ତଦନ୍ତକାରୀ କର୍ମଚାରୀ ବ୍ୟାପକ ଅନିୟମିତତା ଭାବେ କିଛି ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ । ଏଥିନେଇ ବାରମ୍ବାର ଜିଲ୍ଲା ଏବଂ ତହସିଲ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ କ୍ଷତିଗ୍ରସ୍ତମାନେ ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*