କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ସାନଖେମୁନ୍ଦି

ବ୍ଲକ ଶିକ୍ଷାଧିକାରୀ ସାନଖେମୁନ୍ଦି କାର୍ଯ୍ୟାଳୟ ଅନ୍ତର୍ଗତ ପାଇକ ରାମଚନ୍ଦ୍ରପୁର ସାଧନରେ କେନ୍ଦ୍ରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାମଚନ୍ଦ୍ରପୁର ରଘୁନାଥ ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ସାଧନ କେନ୍ଦ୍ର ଅଧିନ ୧୫ଟି ବିଦ୍ୟାଳୟର ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜର ନିପୁଣତାକୁ ପ୍ରତିପାଦିତ କରିଥିଲେ । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ କ୍ଲଷ୍ଟର ସଂଯୋଜକ ହରିହର ସାମନ୍ତରାୟଙ୍କ ସଂଯୋଜନାରେ ସମ୍ପାଦିତ ହୋଇଥିଲା । ଗୋଷ୍ଠୀ ସହ ଶିକ୍ଷାଧିକାରୀ ସଂଯୁକ୍ତା ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରସ୍ଥିତ କେସି ଟାଉନ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଧାନ ସାର୍, ରଘୁନାଥ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମେକାପ ପ୍ରମୁଖ ଅଂଶଗ୍ରହଣ କରି ଶିଶୁକେନ୍ଦ୍ରିକ ଚିନ୍ତାଧାରାରେ ସୁରଭି କାର୍ଯ୍ୟକ୍ରମର ପ୍ରଭାବିତକୁ ଅବତାରଣା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*