କ୍ରୀଡ଼ା ସଚିବଙ୍କ ସହ ଓସଜା ପ୍ରତିନିଧି ଦଳର ସାକ୍ଷାତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶାର କ୍ରୀଡ଼ା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ସଭାପତି ସନ୍ଦୀପ ମିଶ୍ର ତଥା କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ନେତୃତ୍ୱରେ ମଙ୍ଗଳବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ବିଶାଳ ଦେବଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲା । ଓଡ଼ିଶାରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକମାନଙ୍କର ପେସାଦାର କାର୍ଯ୍ୟ ସମ୍ପାଦନରେ ରହିଥିବା ବିଭିନ୍ନ ଆହ୍ୱାନ ବାବଦରେ କ୍ରୀଡ଼ା ସଚିବଙ୍କ ସହ ଆଲୋଚନା କରାଯାଇଥିଲା । ଓଡ଼ିଶା ଏବେ ଦେଶର କ୍ରୀଡ଼ା ରାଜଧାନୀ ବନିଥିବା ଅବସ୍ଥାରେ ସମସ୍ତ ଖେଳ କାର୍ଯ୍ୟକ୍ରମର ସଫଳତା ଓ ପ୍ରଚାରରେ କ୍ରୀଡ଼ା ସାମ୍ବାଦିକମାନେ ଯଥେଷ୍ଟ ଯୋଗଦାନ ଦେଉଥିବା ପ୍ରକାଶ କରିଥିଲେ କ୍ରୀଡ଼ା ସଚିବ । ଏହି ସାକ୍ଷାତ ଆଲୋଚନା ବେଳେ ଓସଜା ପକ୍ଷରୁ ଏକ ପତ୍ର ମଧ୍ୟ କ୍ରୀଡ଼ା ସଚିବଙ୍କୁ ପ୍ରଦାନ କରାଯାଇଥିଲା । ବିଜୁ ପଟ୍ଟନାୟକ ପୁରସ୍କାର ପାଇଥିବା କ୍ରୀଡ଼ା ସାମ୍ବାଦିକମାନଙ୍କୁ ପ୍ରଥମେ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିନରେ ପଞ୍ଜିକରଣ କରିବାର ନିବେଦନ କରାଯାଇଥିଲା । ଏଥିସହ ଏକାଧିକ ବିଷୟ ଉପରେ ଆଲୋଚନା ବେଳେ ତୁରନ୍ତ ସେସବୁ ଦିଗରେ ପଦକ୍ଷେପ ନିଆଯିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ କ୍ରୀଡ଼ା ସଚିବ ବିଶାଳ ଦେବ । ଏହି ସାକ୍ଷାତ ସମୟରେ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ବ୍ୟତୀତ ଓସଜା କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ସମ୍ବିତ ମହାପାତ୍ର, ସୁରେଶ ସ୍ୱାଇଁ, ହିମାଂଶୁ ପତି ମିଶ୍ର, ସମୀକ୍ଷା ପଟ୍ଟନାୟକ, ଦେବାଶିଷ ସୁନ୍ଦରରାୟ, ତପନ ସ୍ୱାଇଁ ଏବଂ ଶୁଭଲକ୍ଷ୍ମୀ ବଳ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*