କ୍ରୀଡ଼ାବିତଙ୍କ ଲାଗି ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟରେ ଏବେ କ୍ରୀଡ଼ା ବିକାଶର କାର୍ଯ୍ୟ ଅଭିଯାନର ରୂପ ପାଇଛି । ଏକାଧିକ ଖେଳର ତାଲିମ ସକାଶେ କ୍ରୀଡ଼ା ଛାତ୍ରାବାସମାନ ରାଜ୍ୟରେ କାର୍ଯ୍ୟ କରୁଛି । ଏହାସହ ବହୁ ବଡ଼ବଡ଼ ପ୍ରତିଯୋଗିତା ରାଜ୍ୟରେ ଆୟୋଜିତ ହେଉଛି । ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ଓଡ଼ିଶାର ଖେଳାଳିମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିଛନ୍ତି । ଏଭଳି ଏକ ମାହୋଲ ଭିତରେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ରୀଡ଼ାଛାତ୍ରାବାସର ଖେଳାଳିମାନଙ୍କ ଭତ୍ତା ବାବଦ ବିଷୟ ଉପରେ ସମୀକ୍ଷା କରି ଏହାକୁ ବଢାଇବା ସକାଶେ ଘୋଷଣା କରିଛନ୍ତି । ରାଜ୍ୟ କ୍ରୀଡ଼ାଛାତ୍ରାବାସ ଗୁଡିକରେ ରହୁଥିବା ଝିଅମାନଙ୍କର ମାସିକ ଭତ୍ତା ୨୦୦ ରୁ ୫୦୦ ଏବଂ ପୁଅ ମାନଙ୍କ ଭତ୍ତା ୨୦୦ ରୁ ୩୦୦କୁ ବଢାଯିବା ବିଷୟ ଘୋଷଣା କରାଯାଇଛି । ଜାତୀୟ କ୍ରୀଡ଼ା ସଙ୍ଗଠନ ଗୁଡିକର ସ୍ୱୀକୃତି ପ୍ରାପ୍ତ ଜାତୀୟ ପ୍ରତିଯୋଗିତା ଗୁଡିକରେ ଭାଗ ନେବାକୁ ସହର ବାହାରକୁ ଯାଉଥିବା ଛାତ୍ର-ଛାତ୍ରୀମାନଙ୍କ ପାଇଁ ଏବେ ୩୦୦ ଟଙ୍କା ଦୈନିକ ଭତ୍ତା ଆକାରରେ ଦିଆଯିବ । ଜାତୀୟସ୍ତରର ପ୍ରତିଯୋଗିତାରେ କ୍ରୀଡ଼ା ଛାତ୍ରାବାସର ଟ୍ରେନି ସ୍ୱର୍ଣ୍ଣପଦକ ଧାରୀଙ୍କୁ ଏକବର୍ଷ ପାଇଁ ମାସିକ ୧ ହଜାର, ରୌପ୍ୟ ଓ ବ୍ରୋଞ୍ଜ ପଦକଧାରୀଙ୍କୁ ମାସିକ ୫୦୦ ଏବଂ ୩୦୦ ଟଙ୍କା ଯଥାକ୍ରମେ ପ୍ରଦାନ କରାଯିବ । ଯେଉଁ ଖେଳାଳିମାନେ ଛାତ୍ରାବାସରେ ରହି ଏହି ସଫଳତା ପାଇବେ ସେମାନେ ମାସିକ ଭତ୍ତା ସହିତ ପାଇବେ ଏହି ଅତିରିକ୍ତ ଭତ୍ତା । ସେହିପରି ଜାତୀୟ ରେକର୍ଡ ସୃଷ୍ଟିକାରୀଙ୍କୁ ବର୍ଷକ ପର୍ଯ୍ୟନ୍ତ ୫ହଜାର ଟଙ୍କା ଅତିରିକ୍ତ ଭତ୍ତା ଆକାରରେ ପ୍ରଦାନ କରାଯିବ । ସେହିପରି କ୍ରୀଡ଼ା ଛାତ୍ରାବାସର ଟ୍ରେନିମାନେ ଜାତୀୟ ଦଳରେ ଭାଗ ନେବା ପାଇଁ ମନୋନୀତ ହେଲେ ସେମାନଙ୍କୁ ଏକବର୍ଷ ପାଇଁ ଅତିରିକ୍ତ ୧ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । ଯେଉଁ କୋଚ୍‌ମାନଙ୍କର ଟ୍ରେନି ମାନେ ବିଶେଷ ସଫଳତା ଅର୍ଜନ କରୁଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ପାଇଁ କୋଚ୍‌ ମାନଙ୍କ ସକାଶେ ବିଶେଷ ଆର୍ଥିକ ପ୍ରୋତ୍ସାହନ ନୀତି ସୃଷ୍ଟି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*