‘କ୍ରିସ୍‌-୪’ର ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି ହ୍ରିତିକ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଚଳିତ ବର୍ଷ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କ ମୁକ୍ତିଲାଭ କରିଥିବା ଫିଲ୍ମ ‘ସୁପର ୩୦’ ଏବଂ ‘ୱାର’ ବକ୍ସ ଅଫିସ୍‌ରେ ଖୁବ୍‌ ଭଲ କଲେକ୍ସନ୍‌ କରିଥିଲା । ଏଥିସହ ଫିଲ୍ମଟିକୁ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ । କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଯେ, ହ୍ରିତିକ୍‌ ରୋଶନ୍‌ ଫାର୍‌ହା ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ନଜର ଆସିବେ । ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ । ଏହାବ୍ୟତୀତ ହ୍ରିତି୍‌କ ନିଜର ସୁପର ହିରୋ ଫିଲ୍ମ ‘କ୍ରିସ୍‌-୪’ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ରିପୋର୍ଟ ମୁତାବକ, ହ୍ରିତିକ୍‌ ରୋଶନ୍‌ ଏବଂ ତାଙ୍କ ପିତା ରାକେଶ ରୋଶନ୍‌ ଆସନ୍ତା ମାସରେ ଫିଲ୍ମ ‘କ୍ରିସ୍‌-୪’ର ଅଫିସିଆଲ ଅନାଉନ୍ସମେଣ୍ଟ କରିବେ ବୋଲି ଶୁଣିବାକୁ ମିଳୁଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ମାସରେ ଆରମ୍ଭ ହୋଇଯିବ । ସୂଚନା ଥାଉ ଯେ, ଫିଲ୍ମର ଘୋଷଣା ଚଳିତ ମାସରେ ହେବାର ଥିଲା, ହେଲେ ରାକେଶ ରୋଶନ ବର୍ତ୍ତମାନ ଫିଲ୍ମର ସ୍କ୍ରୀପ୍ଟ ଉପରେ କାମ କରୁଛନ୍ତି । ଏଭଳି କୁହାଯାଉଛି ଯେ, ଏହି ଫିଲ୍ମ ପୂର୍ବ ଫିଲ୍ମଗୁଡ଼ିକଠାରୁ ଟିକିଏ ଭିନ୍ନ ହେବ, ଯାହାକୁ ପ୍ରଥମେ କେହି ଦେଖିନଥିବେ । ଏଥିସହିତ ସଞ୍ଜୟ ଗୁପ୍ତା ଫିଲ୍ମ ‘କ୍ରିସ୍‌-୪’ର ଡାଇରେକ୍ସନ୍‌ କରିବେ । ରାକେଶ ରୋଶନ୍‌ ଫିଲ୍ମର ନିଦେ୍ର୍ଦଶକ ଭାବେ କିଛି ବର୍ଷର ବ୍ୟବଧାନ ପରେ ନିଦେ୍ର୍ଦଶନା ଜଗତକୁ ଫେରିବାକୁ ଯାଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*