କ୍ରିକେଟରେ ମସଗୁଲ ଥିବା ସିରାଜ ଏବେ ସଫଳ ସୁଟର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ସୁଟିଂ ବିଶ୍ୱକପ୍‌ ସକାଶେ ବଡ଼ ଉତ୍ସାହିତ ରହିଛି ଭାରତୀୟ ଦଳ । କାରଣ ଏକାଧିକ ଯୁବ ପ୍ରତିଭାଧାରୀ ଖେଳାଳି ଦଳରେ ଅଛନ୍ତି । ସେମାନଙ୍କ ଭିତରେ ସାମିଲ ଅଛନ୍ତି ଉତ୍ତରପ୍ରଦେଶର ସିରାଜ ସେଖ୍‌ । ସେ ସ୍କିଟ୍‌ ସୁଟର ଭାବରେ ବେଶ ସଫଳତା ଅର୍ଜନ କରୁଛନ୍ତି । ହେଲେ ତାଙ୍କ ଜୀବନରେ ଏକ ସମୟ ଥିଲା ଯେତେବେଳେ କି୍ରକେଟ ହିଁ ଥିଲା ଜୀବନ । ସକାଳରୁ ନେଇ ସଂଜ ପର୍ଯ୍ୟନ୍ତ କି୍ରକେଟ ହିଁ ତାଙ୍କ ମୁନ୍ଦରେ ରହୁଥିଲା କେବଳ । ୧୨ବର୍ଷ ବୟସରେ ମିରଟରେ ପଢୁଥିଲା ବେଳେ ସିରାଜ କି୍ରକେଟ ଖେଳିବା ଆରମ୍ଭ କରି ଲେଗସ୍ପିନ୍‌ ପକାଉଥିଲେ । ପିୟୂଷ ଚାୱଲା ଓ କର୍ଣ୍ଣ ଶର୍ମାଙ୍କ ଭଳି ବର୍ତ୍ତମାନର ସଫଳ ସ୍ପିନର ଥିଲେ ତାଙ୍କର ଖେଳସାଥୀ । ସେ ଜୁନିୟର କି୍ରକେଟରେ ଉତ୍ତରପ୍ରଦେଶର ପ୍ରତିନିଧିତ୍ୱ କରିବାର ଦିନେ ଭାରତ ପାଇଁ ଖେଳିବାର ସ୍ୱପ୍ନ ଦେଖୁଥିଲେ । ହେଲେ ୪ ବର୍ଷ ଯାଏଁ କି୍ରକେଟ ଖେଳିବା ପରେ ଘର ଲୋକଙ୍କ ଏଦିଗରେ ବିଶେଷ ସହଯୋଗ ନମିଳିବାରୁ ସିରାଜ କି୍ରକେଟ ଛାଡି ଦେଇ ସୁଟିଂ ଆଡକୁ ଢଳିଯାଇଥିଲେ । କି୍ରକେଟର କ୍ଷତି ହୋଇଥିଲା ବେଳେ ଭାରତୀୟ ସୁଟିଂ କିନ୍ତୁ ତାଙ୍କର ସେହି ନିଷ୍ପତିରେ ବେଶ ଲାଭନ୍ୱିତ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*