କୋଲକାତାରେ ଫାଇନ୍‌ ଦେଲେ ବାଂଲାଦେଶ ଓପନର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋଲକାତା

ବାଂଲାଦେଶ କି୍ରକେଟର ସୈଫ ହାସନ କୋଲକାତା ବିମାନ ବନ୍ଦରରେ ଘରକୁ ଯିବା ଲାଗି ଫାଇନ୍‌ ଦେଇଛନ୍ତି । ବୁଧବାର ଦିନ ରାତିରେ ଏହି ଘଟଣା ଘଟିଥିବା ଏବେ ପଦାକୁ ଆସିଛି । ବାଂଲାଦେଶ ଦଳ ସହ ଟେଷ୍ଟ ସିରିଜ ଖେଳିବାକୁ ହାସନ ଭାରତ ଆସିଥିଲେ । ଦ୍ୱିତୀୟ ଟେଷ୍ଟରେ ସେ ଖେଳି ନଥିଲେ ଆଘାତ ପାଇଥିବା କାରଣରୁ । ଘରକୁ ନଯାଇ ସେ ଦଳ ସହ କୋଲକାତାରେ ରହିଯାଇଥିଲେ । ହେଲେ ଭୁଲି ଯାଇଥିଲେ ତାଙ୍କର ୬ ମାସର ଭିସା ଅବଧି ସରିଯାଇଛି ବୋଲି । ତେଣୁ ବୁଧବାର ରାତିରେ ସେ ଢାକା ଯିବା ପାଇଁ ବିମାନବନ୍ଦରକୁ ଗଲା ବେଳେ ଭିସା ଅବଧି ପରେ ରହିଯାଇଥିବାରୁ ଫାଇନ୍‌ ଦେବାକୁ କୁହାଯାଇଥିଲା । ଭାରତୀୟ ହାଇକମିଶନ ତୁରନ୍ତ ଓପନରଙ୍କ ଭିସା କାମ ଶେଷ କରିବା ପରେ ସେ ୨୧, ୬୦୦ଟଙ୍କା ଫାଇନ୍‌ ଭରି ଘରକୁ ଫେରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*