କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail



ଏଜେନ୍ସୀ: ଅଲ୍ଲିଗଡ଼
ଭାଜପାର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ କହିଛନ୍ତି ଯେ, ଅଯୋଧ୍ୟାରେ ବିବାଦୀୟ ସ୍ଥଳର ପ୍ରସଙ୍ଗ ଉପରେ ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଦରକାର । ବର୍ତ୍ତମାନ ସମୟରେ ଏହି ପ୍ରସଙ୍ଗରେ କୌଣସି ଟିପ୍ପଣୀ ଦେବା ଅନୁଚିତ ।
ନିଜ ବାସଭବନରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ସିଂ କହିଛନ୍ତି ଯେ, ସମସ୍ତଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବା ଦରକାର । ସାମ୍ବାଦିକମାନଙ୍କ ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କିଛି ବରିଷ୍ଠ ଭାଜପା ନେତା ଅଯୋଧ୍ୟାର ବିବାଦୀୟ ସ୍ଥଳ ଉପରେ ମାଲିକାନା ହକ୍‌କୁ ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ଦେବା ପୂର୍ବରୁ ଯେଉଁ ମନ୍ଦିର ନିର୍ମାଣ ବୟାନ ଦେଉଛନ୍ତି ତାହା କେତେଦୂର ଗ୍ରହଣୀୟ ଯୋଗ୍ୟ । ଏହାର ଉତ୍ତରରେ ସେ କହିଥିଲେ, ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କୌଣସି ପକ୍ଷକୁ ବୟାନବାଜି କରିବାରୁ ଦୂରେଇ ରହିବା ଦରକାର । ସୂଚନାଯୋଗ୍ୟ ଯେ, ରାମମନ୍ଦିର ଆନ୍ଦୋଳନର ନେତୃତ୍ୱକର୍ତ୍ତା ଭାବେ କଲ୍ୟାଣ ସିଂ ବେଶ ପରିଚିତ । ଡିସେମ୍ବର ୬,୧୯୯୨ର ଘଟଣା ସମୟରେ ସେ ଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ । କୁହାଯାଉଛି ଯେ, ପ୍ରଧାନବିଚାରପତି ରଞ୍ଜନ ଗୋଗେଇ ଅବସର ନେବାକୁ ଯାଉଥିବାରୁ ଅଯୋଧ୍ୟା ପ୍ରସଙ୍ଗରେ ନିଷ୍ପତ୍ତି ନଭେମ୍ବର ୧୭ ପୂର୍ବରୁ ହିଁ ଆସିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*