କୋଭିଡ-୧୯ ପ୍ୟାକେଜ ଦେଖିବାକୁ ଖାଲି ବଡ଼: ଫିଚ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କରୋନାକୁ ନେଇ ସୃଷ୍ଟି ହୋଇଥିବା ଅର୍ଥନୈତିକ ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦.୯୭ଲକ୍ଷ କୋଟିର ପ୍ୟାକେଜ ନିକଟରେ ଘୋଷଣା କରାଯାଇଛି । ତେବେ ଏହାଦ୍ୱାରା ତ୍ୱରିତ ଲାଭ ମିଳିବ ନାହିଁ ବୋଲି ଅନେକ ରେଟିଂ ଏଜେନ୍ସୀ ମତ ଦେଉଛନ୍ତି ।
ମଙ୍ଗଳବାର ଫିଚ୍‌ ରେଟିଂ ଏଜେନ୍ସୀ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ ଘୋଷିତ ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ବାସ୍ତବିକ ଭାବେ ଜିଡିପିର ଏକ ପ୍ରତିଶତ । ଏହା ୧୦ପ୍ରତିଶତ ବରାବର ନୁହେଁ । ଫିଚ୍‌ ସଲୁ୍ୟସନ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ୟାକେଜ ମଧ୍ୟରୁ ପାଖାପାଖି ରାଜକୋଷର ବିଭିନ୍ନ ଉପାୟ ସହ ଜଡ଼ିତ । ପୂର୍ବରୁ ମଧ୍ୟ ଏଭଳି ଘୋଷଣା ହୋଇସାରିଛି । ଏଥିରେ ଆରବିଆଇ ପକ୍ଷରୁ ଘୋଷିତ ପ୍ୟାକେଜ ମଧ୍ୟ ସାମିଲ ଅଛି । ଏହା ଦେଖିବାକୁ ବଡ଼ ଲାଗିପାରେ, ମାତ୍ର ବାସ୍ତବିକ ଛୋଟ ଅଟେ । ଫିଚ୍‌ ଆକଳନ ଅନୁସାରେ କରୋନା ସଙ୍କଟ କାରଣରୁ ଜିଡିପି ଦର ହ୍ରାସ ପାଇ ୧.୮ପ୍ରତିଶତ ରହିପାରେ ।
ଅନ୍ୟ ରେଟିଂ ଏଜେନ୍ସୀ ମୁଡିଜ୍‌ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ରୋତ୍ସାହନ ଆର୍ଥିକ କ୍ଷେତ୍ର ପାଇଁ ସହଯୋଗ ଦେଇପାରେ । ହେଲେ ଏହାଦ୍ୱାରା କରୋନା ଭାଇରସ୍‌ ମହାମାରୀର ନକାରାତ୍ମକ ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଦୂର ହୋଇପାରିବ ନାହିଁ । ଏମଏସଏମଇ ପ୍ୟାକେଜ ନେଇ ମୁଡିଜ୍‌ କହିଛି ଯେ, କରୋନା ପୂର୍ବରୁ ଏହି କ୍ଷେତ୍ର ଚାପରେ ଥିଲା ଏବଂ ଏଥିରେ ନଗଦ ସଙ୍କଟ ଦେଖା ଦେଇଥିଲା । ଜାପାନର ବ୍ରୋକରେଜ୍‌ କମ୍ପାନୀ ନୋମୁରା ପକ୍ଷରୁ କୁହାଯାଇଛି ଯେ, ପ୍ୟାକେଜରେ କିଛି ବ୍ୟବସାୟ କ୍ଷେତ୍ରର ସମସ୍ୟା ନିକଟ ଭବିଷ୍ୟତରେ ଦୂର ହେବାର ଦେଖିବାକୁ ମିଳୁନାହିଁ । ତେବେ ଏହା ଭାରତର ମଧ୍ୟବର୍ତ୍ତୀକାଳୀନ ବୃଦ୍ଧି ସମସ୍ୟାକୁ ମଜଭୁତ କରିବ । ନୋମୁରା ପକ୍ଷରୁ ପ୍ୟାକେଜରେ ସେଭଳି ବଡ଼ ଆକର୍ଷଣ ଥିଲା ଲକ୍ଷ୍ୟ କରାଯାଉନଥିବା ଉଲ୍ଲେଖ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*