କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ ଫାଇଭ୍‌-ଟି ସଚିବ ଯାଉନାହାଁନ୍ତି କାହିଁକି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଯେତେବେଳେ କରୋନା ନାଚ ଦେଖେଇନଥିଲା, ସେତେବେଳେ ଫାଇଭ୍‌-ଟି ସଚିବ ରାଜ୍ୟସାରା ବୁଲିବୁଲି କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟନ କରୁଥିଲେ । ଜିଲାପାଳମାନଙ୍କ ସହ ଆଲୋଚନା କରୁଥିଲେ । ହେଲିକପ୍ଟରରେ ଯାଉଥିଲେ ଜିଲା ପରେ ଜିଲା । ତାଙ୍କ ସାଙ୍ଗରେ ଯାଉଥିଲେ ମୁଖ୍ୟ ସଚିବ ତି୍ରପାଠୀ ବାବୁ ଓ ଉନ୍ନୟନ କମିଶନର ମହାପାତ୍ର ବାବୁ । ଆଗେ ଆଗେ ଫାଇଭ୍‌-ଟି, ପଛେ ପଛେ ଆଉ ସମସ୍ତେ ।
ନା ସ୍ୱାସ୍ଥ୍ୟମନ୍ତ୍ରୀ ନବ ବାବୁ ଯାଉଥିଲେ? ନା ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବାବୁଙ୍କୁ କେହି ଜିଲା ବୁଲିବା ଦେଖୁଥିଲେ । କୋଭିଡ୍‌ ସହ ଲଢେଇର ସବୁ ମୋର୍ଚ୍ଚା କେବଳ ସମ୍ଭାଳୁଥିଲେ ପାନ୍ଦିଆନ୍‌ ବାବୁ । ଗଣମାଧ୍ୟମ କହିଲା ଯେ ସେ ଅତ୍ୟନ୍ତ ଦୂରଦର୍ଶୀ । ଆଗରୁ ସବୁ ବନେ୍ଦାବସ୍ତ କରି ଦେଉଚନ୍ତି । କରୋନା ଉତ୍ପାତ କଲା ବେଳକୁ ଆମର କୋଭିଡ୍‌ ହସ୍ପିଟାଲ ରେ‡ି ।
ମାସ୍କ ଓ କିଟ୍‌ କିଣାକିଣିରେ ଯଉଁ କେଲେଙ୍କାରୀ ହେଲା ତାହା ସମସ୍ତେ ଜାଣନ୍ତି । ଏହାପରେ ଶର୍ମା କମିଟି ଭାଙ୍ଗି ଦେଲେ ମୁଖିଆ । କୋଭିଡ୍‌ ପରିଚାଳନାର ସବୁ ଭାର ମୋ ସରକାର ମୁଖ୍ୟ ପାନ୍ଦିଆନ୍‌ ବାବୁଙ୍କୁ ଦେଇଦେଲେ । ତାଙ୍କୁ ହେଲ୍ପ କରିବା ପାଇଁ ଭିନିଲ ବାବୁଙ୍କୁ ଓଏସ୍‌ଡି କରି ସିଏମଓଙ୍କୁ ପଠାଇ ଦିଆଗଲା । ଆମେ ସବୁ ଭାବି ନେଲୁ ଯେ ଏଥର ମୁଖ୍ୟ ସେନାପତି ପାନ୍ଦିଆନ୍‌ ବାବୁ ଓ ତାଙ୍କ ସାରଥୀ ହେବେ ଭିନିଲ ବାବୁ ।
କିଛିଦିନ ତଳେ ରାଉରକେଲା ଓ ବାଲେଶ୍ୱରରେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ଉଦଘାଟନ ହେଲା । କିନ୍ତୁ ଯା’ ମଲା! ଫାଇଭ୍‌-ଟି ସଚିବ ନଯାଇ ଗଲେ ମୁଖ୍ୟ ସଚିବ । ଏମନ୍ତ କିଆଁ? ଆଗରୁ ଯାଉଥିଲେ ଓ ଉଦଘାଟନ କରୁଥିଲେ ବାବୁ ପାନ୍ଦିଆନ୍‌ । କିନ୍ତୁ ଏବେ ଯାଉନାହାଁନ୍ତି କାହିଁକି? ତାଙ୍କର ସ୍ୱର ଶବ୍ଦ ଶୁଣିବାକୁ ମିଳୁନାହିଁ କିଆଁ? ଏମିତି ତ ହବାର କଥା ନୁହେଁ ।
ଏହାକୁ ନେଇ କେତେ ରକମର କଥା ବଜାରରେ ବୁଲୁଚି । ଯାହା ମନକୁ ଆସିଲା ତାହା କହି ଦଉଚନ୍ତି । କିନ୍ତୁ ଅସଲ କଥା କ’ଣ?
ଆମକୁ ଯାହା ଲାଗୁଚି ଯେ, କାରଣଟା ଅଲଗା । ଏବେ ମୁଖିଆ ଜମାରୁ ବାହାରକୁ ବାହାରୁ ନାହାଁନ୍ତି । ତାଙ୍କୁ ରାଇଜ ଯାକର ହାନିଲାଭ ବୁଝେଇବା ଓ କହିବା ଦାୟିତ୍ୱ କେବଳ ତାଙ୍କ ସଚିବଙ୍କର । ଏବେ ଯେମିତି କରୋନା ଉତ୍ପାତ କଲାଣି, ସେ ଦୃଷ୍ଟିରୁ ପାନ୍ଦିଆନ ବାବୁ ଘୂରାଘୂରି କଲେ ସଂକ୍ରମଣର ଆଶଙ୍କା ଅଛି । ମୁଖିଆଙ୍କୁ ଯଥେଷ୍ଟ ସୁରକ୍ଷା ମିଳିବା ଜରୁରୀ । ଯଉଁ କାମ ତି୍ରପାଠୀ ବାବୁଙ୍କ ଦ୍ୱାରା ହେଇପାରୁଚି, ସେଇ କାମ କରିବାକୁ ସିଏ ଏ ଅବସ୍ଥାରେ ଯିବେ କାହିଁକି?
ଏବେ ମୁଖିଆଙ୍କୁ କଉଁ ଅଫିସର ଭେଟି ପାରୁନାହାଁନ୍ତି । କେବଳ ତାଙ୍କ ସଚିବ । ସଚିବ ସୁରକ୍ଷିତ ରହିଲେ ମୁଖିଆ ରହିବେ ସୁରକ୍ଷିତ । ଏହି କାରଣରୁ ଆଉ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ପାଇଁ କଉଁ ଜିଲାକୁ ଯାଉନାହାଁନ୍ତି ପାନ୍ଦିଆନ୍‌ । ଅଗଷ୍ଟ ୧୫ ରୁ ଜାଣିପାରିଲେ ତ, କାହିଁକି ଡ୍ରାଇଭର ହେଇଥିଲେ ଫାଇଭ-ଟି ସଚିବ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*