କୋଭିଡ୍‌ ଯୋଦ୍ଧାଙ୍କୁ ବିପଦ ଭତ୍ତା ୧୦ ହଜାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବାଙ୍ଗାଲୋର
କୋଭିଡ୍‌-୧୯ ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ସ୍ୱାସ୍ଥ୍ୟକର୍ମୀ ମାନେ । ଜୀବନକୁ ବାଜି ଲଗାଇ ସେମାନେ ଲୋକଙ୍କ ସେବାରେ ଲାଗିଛନ୍ତି । ଫଳରେ କର୍ଣ୍ଣାଟକ ସରକାର ଏବେ ଗୁ୍ରପ୍‌ ଡି ସ୍ୱାସ୍ଥ୍ୟକର୍ମୀଙ୍କୁ ମାସକୁ ୧୦ ହଜାର ଟଙ୍କା ବିପଦ ଭତ୍ତା ନେବାକୁ ଘୋଷଣା କରିଛନ୍ତି । ଏହି ରିସ୍କ ଆଲାଉନ୍ସ ୬ ମାସ ଯାଏଁ ଦିଆଯିବ ବୋଲି କର୍ଣ୍ଣାଟକ ମେଡିକାଲ ଶିକ୍ଷା ମନ୍ତ୍ରୀ ଡା. କେ ସୁଧାକର ଘୋଷଣା କରିଛନ୍ତି । ଯେଉଁ ଗ୍ରୁପ୍‌ ଡି କର୍ମଚାରୀ କୋଭିଡ୍‌ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି ସେମାନେ ଏହି ବିଶେଷ ଭତ୍ତା ପାଇବେ । ଏଥିସହ ସ୍ୱାବ ଗ୍ରହଣ ସେଣ୍ଟର, ଏବଂ ଜର କ୍ଳିନିକ୍‌ ଗୁଡିକରେ କାମ କରୁଥିବା କର୍ମଚାରୀ ବି ଏହି ବିଶେଷ ଭତ୍ତା ୬ ମାସ ସକାଶେ ପାଇବେ ।
କୋଭିଡ୍‌ କେୟାର ସେଣ୍ଟର ଗୁଡିକରେ ନିୟମିତ ଯେପରି ସେବା ଜାରୀ ରହିବ ସେଥିଲାଗି ନୂଆ ଡୁ୍ୟଟି ରୋଷ୍ଟର ବି କରିଛନ୍ତି ସରକାର । ଏହା ଅଧିନରେ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍‌ ଲଗାତାର ୧୦ ଦିନ ଏହି ସେଣ୍ଟରରେ କାମ କରିବେ । ଏହାପରେ ୪ ଦିନ ପାଇବେ ଅଫ୍‌ । ସବୁ କୋଭିଡ କେୟାର କେନ୍ଦ୍ରର ମୁଖ୍ୟମାନେ ଏହାକୁ ପାଳନ ଲାଗି ଆବଶ୍ୟକୀୟ ଚାର୍ଟ ପ୍ରସ୍ତୁତି ପାଇଁ ନିଦେ୍ର୍ଦଶ ଦିଆଯାଇଛି । ୧୦ ଦିନ ଲଗାତାର ଡୁ୍ୟଟି କରିବା ପରେ ୪ ଦିନ ଛୁଟିରେ ଯିବା ଆଗରୁ ସମସ୍ତଙ୍କର ରାପିଡ ଆଣ୍ଟିଜେନ ଟେଷ୍ଟ କରାଯିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହା ବାଧ୍ୟତାମୂଳକ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*