କୋଣାର୍କ ଉତ୍ସବ ଲାଗି ପ୍ରସ୍ତୁତି ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: କୋଣାର୍କ

ଆଗାମୀ ଡିସେମ୍ବର ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଅନୁଷ୍ଠିତ ହେବ ୩୦ତମ କୋଣାର୍କ ଉତ୍ସବ ଏବଂ ଆନ୍ତର୍ଜାତିକ ବାଲୁକା କଳା ଫେଷ୍ଟିଭାଲ । ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ବୈଠକ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଚନ୍ଦ୍ରଭାଗା ବେଳାମାର୍ଗରେ ୧ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶ୍ୱରୁ ୬ଟି ଦେଶ ଯଥା- ୟୁଏସଏ, ଆୟରଲ୍ୟାନ୍ଦ, ଡେନମାର୍କ, ଋଷିଆ, କାନାଡ଼ା, ଆଫ୍ରିକା ସହ ଭାରତର ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାରୁ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ବାଲୁକା କଳାକାରମାନେ ଅଂଶଗ୍ରହଣ କରିବା ପାଇଁ ଦରଖାସ୍ତ ଦେଇଥିବା ସୁଦର୍ଶନ ପଟ୍ଟନାୟକ ପ୍ରକାଶ କରିଥିଲେ । ଉତ୍ସବର ବିଭିନ୍ନ ଦିବସର ସନ୍ଧ୍ୟାରେ ପ୍ରଖ୍ୟାତ ଶିଳ୍ପୀମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ମାନ ପରିବେଷଣ କରାଯିବ ବୋଲି ବୈଠକରେ ଯୋଗ ଦେଇ ପର୍ଯ୍ୟଟନ ସଚିବ ବିଶାଲ ଦେ ପ୍ରକାଶ କରିଥିଲେ । କୋଣାର୍କ ଉତ୍ସବ ପରେ ପରେ ଡିସେମ୍ବର ୧୪ରୁ ଜାନୁଆରୀ ୧୪ ଏକ ମାସ ପର୍ଯ୍ୟନ୍ତ ପୁରୀ- କୋଣାର୍କ ବେଳାମାର୍ଗ ସାହୁ ଖଣତାଠାରେ ପର୍ଯ୍ୟଟକମାନଙ୍କର ଚିତ୍ତବିନୋଦନ ପାଇଁ ଏକ ଆନ୍ତର୍ଜାତିକ ଇକୋ ରିଟ୍ରିଟ ଟେଣ୍ଟ ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ପ୍ରକାଶ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିଡିଡିଆରଡିଏ ବିଶାଲ ସିଂ, ଓଟିଡିସିର ଏମ୍ଡି ହେମକାନ୍ତ ସେ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପ୍ରମୁଖଙ୍କ ସହ କୋଣାର୍କ ଉତ୍ସବ ସହ ଜଡ଼ିତ ସମସ୍ତ ବିଭାଗର ଅଧିକାରୀ ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*