କୋଣାର୍କମନ୍ଦଳ ଭାଜପା ସଭାପତି ନେଇ ଜୋର ଧରିଲା ଛକାପଞ୍ଝା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ:କୋଣାର୍କ

ବିଧାନସଭା ନିର୍ବାଚନରେ ଭାଜପା ଆଶାତୀତ ସଫଳତା ହାସଲ କରିବାରେ ବିଫଳ ହୋଇଥିଲେ ମଧ୍ୟ ପୌର ନିର୍ବାଚନରେ ଭଲ କରିବାର ଲକ୍ଷ୍ୟ ନେଇ ଯୋଜନା ଆରମ୍ଭ କରିସାରିଲାଣି । ଏହିକ୍ରମରେ ଦଳୀୟ ନେତୃତ୍ୱ ତୃଣମୂଳ ସଂଗଠନକୁ ମଜଭୁତ କରିବା ଏବଂ ଦକ୍ଷ ସଂଗଠକଙ୍କୁ ନେତୃତ୍ୱ ଦେବା ଉପରେ ବିଚାର ବିମର୍ଶ କରୁଛନ୍ତି । ଏଥିପାଇଁ ଏବେ କୋଣାର୍କ ଭାଜପାମନ୍ଦଳରେ ବଡ଼ ଧରଣର ପରିବର୍ତ୍ତନ ଆଭାସ ମିଳୁଛି । ତେଣୁ କିଏ ହେବ କୋଣାର୍କ ମନ୍ଦଳ ଭାଜପା ସଭାପତି ସେଥିପାଇଁ ଆରମ୍ଭ ହୋଇଯାଇଛି ଛକାପଞ୍ଝା ।
ମିଳୁଥିବା ସୂଚନା ଅନୁସାରେ ବର୍ତ୍ତମାନର ସଭାପତି ସୁରେନ୍‌ କୁମାର ପାଲଙ୍କୁ ଜିଲ୍ଲାସ୍ତରୀୟ ପଦବୀ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ତାଙ୍କ ସ୍ଥାନରେ ଜଣେ ଦକ୍ଷ ସଂଗଠକଙ୍କୁ ଦାୟିତ୍ୱ ଦେବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହି ତାଲିକାରେ କୋଣାର୍କ ମନ୍ଦଳର ନୃସିଂହ ଚରଣ ନାୟକ, ଜିଲ୍ଲା ଯୁବ ଭାଜପା ଉପ ସଭାପତି ପ୍ରଦୀପ୍ତ କୁମାର ଛାଟୋଇ, ସୁକାନ୍ତ ନାୟକ, ବିଜଦରୁ ଆସି ଭାଜପାରେ ସାମିଲ ହୋଇଥିବା ପୂର୍ବତନ କାଉନସିଲର ରଞ୍ଜିତ୍‌ କୁମାର ରାଉତରାୟ, ଯୁବ ସଂଗଠକ ଗୋପୀନାଥ ସ୍ୱାଇଁଙ୍କ ନାମ ଚର୍ଚ୍ଚାକୁ ଆସିଛି । ତେବେ ସବୁ ନିଷ୍ପତ୍ତି ନେବେ ରାଜ୍ୟ ମୁଖିଆ । ନିର୍ବାଚନମନ୍ଦଳୀର ନେତାମାନଙ୍କର ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯିବାକୁ ଥିଲା ବେଳେ ପୌର ନିର୍ବାଚନ ଓ ଏନ୍‌ଏସି ଦଖଲ ଉପରେ ରହିଛି ନଜର । ହେଲେ ସ୍ଥାନୀୟ ନେତାଙ୍କ ଅଭିଯୋଗ ଯେ କିଛି କର୍ମୀ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଦଳର ନା’ ବିକିବାର ଉଦ୍ୟମ କରୁଛନ୍ତି । ବିରୋଧୀ ବିଜଦ ସହ ଆଉ କିଛି ହାତ ମଧ୍ୟ ମିଳାଇ ସାରିଲେଣି । ତେଣୁ ସଂଗଠନକୁ ମଜଭୁତ କରିବାକୁ ହେଲେ ରାଜ୍ୟ ନେତୃତ୍ୱ କୋଣାର୍କ ମନ୍ଦଳର ବାସ୍ତବ ସ୍ଥିତିିକୁ ପରକ୍ଷିବା ଦରକାର । ମନ୍ଦଳ ସଭାପତି ପାଇଁ ଦୌଡ଼ରେ ଥିବା ନେତାଙ୍କ ମଧ୍ୟରୁ ବର୍ତ୍ତମାନ ଦୁଇ ଜଣ ଅର୍ଥାତ ଗୋପୀନାଥ ଏବଂ ପ୍ରଦୀପ ସଂଗଠନ ମଜଭୁତ କରିବାରେ ଲାଗିପଡ଼ିଥିବାରୁ କୁହାଯାଉଛି ଯେ, ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ରାଜ୍ୟ ନେତୃତ୍ୱ ଦାୟିତ୍ୱ ଦେଇପାରେ । ଅନ୍ୟପଟେ ଭାଜପାର ଏହି ଗୋଟି ଚାଳଣା ଉପରେ ନଜର ରଖିଛି ବିଜଦ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*