କୋଚରଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ
ସିବିଆଇ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ ସିଇଓ ଚନ୍ଦା କୋଚର, ତାଙ୍କ ସ୍ୱାମୀ ଦୀପକ କୋଚର ଏବଂ ଭିଡିଓକୋନର ପରିଚାଳନା ନିଦେ୍ର୍ଦଶକ ବେଣୁଗୋପାଳ ଧୂତ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି । ଗତମାସରେ ଯାଞ୍ଚ ଏଜେନ୍ସୀ ୨୦୦୯ ରୁ ୨୦୧୧ ମଧ୍ୟରେ ଭିଡିଓକୋନ୍‌ ଗ୍ରୁପ୍‌ ପକ୍ଷରୁ ବ୍ୟାଙ୍କରୁ ନିଆଯାଇଥିବା ୧୮୭୫ କୋଟି ଟଙ୍କାର ଋଣ ଭ୍ରଷ୍ଟାଚାର ମାମଲାରେ ଏମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାୟର କରିଥିଲା । ଲୁକ୍‌ଆଉଟ୍‌ ସର୍କୁଲାର ଜାରି ହେବା ଅର୍ଥ ଏହି ତିନିଜଣ ଏବେ ଦେଶ ବାହାରକୁ ଯାଇପାରିବେ ନାହିଁ ।
ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ସିବିଆଇ ଗତବର୍ଷ ପ୍ରାଥମିକ ତଦନ୍ତ ରିପୋର୍ଟ ଫାଇଲ କରିଥିଲା । ପରେ ଦୀପକ ଏବଂ ବେଣୁଗୋପାଳଙ୍କ ବିରୋଧରେ ସମସ୍ତ ବିମାନ ବନ୍ଦରକୁ ଲୁକଆଉଟ୍‌ ସର୍କୁଲାର ସମ୍ପର୍କରେ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ଏହି ସର୍କୁଲାରକୁ ରିଭାଇଭ କରାଯାଇଛି । ତେବେ ପ୍ରଥମ ଥର ପାଇଁ ଚନ୍ଦାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*