କେରଳ ପରେ କୋଲକାତାରେ, ୨ ଭାରତୀୟଙ୍କୁ କରୋନା ସଂକ୍ରମଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବେଜିଂ/ ବ୍ୟାଙ୍କ୍‌କ/ ନୂଆଦିଲ୍ଲୀ

କେରଳ ପରେ ଏବେ କୋଲକତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ୨ ଯାତ୍ରୀଙ୍କୁ କରୋନା ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ଉଭୟ ଯାତ୍ରୀ ବ୍ୟାଙ୍କ୍‌କରୁ ଫେରିଥିଲେ । ସେହିପରି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବ୍ୟାଙ୍କକରୁ ସ୍ପାଇସ୍‌ଜେଟ୍‌ ବିମାନରେ ଫେରିଥିବା ଅନ୍ୟ ଏକ ଯାତ୍ରୀ ମଧ୍ୟ କରୋନା ଭାଇରସ୍‌ ସଂକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି । ଏବେ ଏହା ଯାଞ୍ଚ କରାଯାଇଛି । ଅନ୍ୟପଟେ, ଚୀନରେ କରୋନା ସାଂଘାତିକ୍‌ ହେବାରେ ଲାଗିଛି । ବୁଧବାର ଦିନକରେ କରୋନା ଯୋଗୁ ୨୬୨ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ରହିଛି । ଚୀନର ହେଲ୍‌ଥ କମିଶନ ଅନୁଯାୟୀ, ଚୀନରେ ଏବେ କରୋନାଜନିତ ମୃତୁ୍ୟସଂଖ୍ୟା ୧୩୬୫ରେ ପହଞ୍ଚôଥିବାବେଳେ ଇତିମଧ୍ୟରେ ୬୦ ହଜାର ଲୋକ ଏହା ଯୋଗୁ ଆକ୍ରାନ୍ତ ହୋଇସାରିଛନ୍ତି ।
ଜାପାନର ୟୋକୋହୋମା ତଟରେ ଡାଇମନ୍ଦ ପ୍ରିନ୍ସେସ୍‌ ଜାହାଜରେ ଫଶି ରହିଥିବା ଯାତ୍ରୀଙ୍କ ମଧ୍ୟରୁ ୨୧୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏପରିକି ଗୁରୁବାର ଭାରତୀୟ ସୁରକ୍ଷା ଅଧିକାରୀ ସୋନାଲୀ ଠାକୁର ବୁଧବାର ଭାରତ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଏକ ନୁ୍ୟଜ୍‌ ଚ୍ୟାନେଲ କଥାବାର୍ତ୍ତାବେଳେ ସୋନାଲୀ କହିଥିଲେ ଯେ, ସଂକ୍ରମଣ ଖୁବ୍‌ ଜୋରରେ ବ୍ୟାପିବାରେ ଲାଗିଛି । ଆମକୁ ବି ଏହି ସଂକ୍ରମଣ ହେବ ବୋଲି ଆମର ଆଶଙ୍କା ହେଉଛି, ଆମେ କେବଳ ଘରକୁ ଫେରିଯିବାକୁ ଚାହୁଁଛୁ । ଏହା ପୂର୍ବରୁ ମଧ୍ୟ ଜାହାଜରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରିଥିଲେ । ଉକ୍ତ ଜାହାଜରେ ଫଶି ରହିଥିବା ୨ ଭାରତୀୟ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେବା ସହ ସେମାନଙ୍କ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ।
ଅନ୍ୟପଟେ ସ୍ୱାସ୍ଥ ମନ୍ତ୍ରଣାଳୟ କରୋନା ଭାଇରସ୍‌ ପ୍ରଭାବିତ ଦେଶମାନଙ୍କରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ଏୟାପୋର୍ଟରେ ସେଲ୍ଫ ରିପୋର୍ଟିଂ ଫର୍ମ ଭରିବାର ନିଦେ୍ର୍ଦଶ ଜାରି କରିଛି । ଏହା ଅନ୍ତର୍ଗତ ଯାତ୍ରୀଙ୍କୁ ନିଜର ଫୋନ୍‌ ନମ୍ବର ଏବଂ ଠିକଣା ଦେବାକୁ ହେବ । ସେମାନେ ଭାରତ ଆସିବାର ତାରିଖ, ବିମାନ ଓ ଏହାର ସିଟ୍‌ ସଂଖ୍ୟା, ପାସପୋର୍ଟ, ଇ-ମେଲ ଆଇଡିର ସୂଚନା ଦେବେ । ଯାତ୍ରୀମାନଙ୍କୁ ଏହା ମଧ୍ୟ ବତାଇବାକୁ ପଡିବ ଯେ, ସେମାନେ ସେମାନଙ୍କ ଯାତ୍ରା କେଉଁଠାରୁ ଆରମ୍ଭ କରିଥିଲେ ଏବଂ ଭାରତର କେଉଁଠାକୁ ଯିବେ । ଭାରତ ଆସିବାର ୧୪ ଦିନ ପୂର୍ବରୁ ଯଦି ସେମାନେ ଚୀନ ଯାଇଥିଲେ, ତେବେ ସେମାନେ କେଉଁ କେଉଁ ସହରରେ ବୁଲିଥିଲେ, ତାହାର ସୂଚନା ମଧ୍ୟ ଯାତ୍ରୀଙ୍କୁ ଦେବାକୁ ପଡିବ ସେଲ୍ଫ ରିପୋର୍ଟିଂ ଫର୍ମରେ ।
କରୋନା ସଂକ୍ରମଣ ଆଶଙ୍କାରେ ଦିଲ୍ଲୀର ଆଇଟିବିପି କେନ୍ଦ୍ରରେ ରଖାଯାଇଥିବା ୪୦୨ ଜଣ ଲୋକଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । ଏହାଛଡା ଦେଶର ୧୨ଟି ବଡ ଏବଂ ୬୪ ବିମାନବନ୍ଦରରେ କରୋନା ସଂକ୍ରମଣ ଯାଞ୍ଚ ପାଇଁ ସ୍କ୍ରିନିଂ କରାଯାଉଛି । ଏପର୍ଯ୍ୟନ୍ତ ୨୩୧୫ଟି ବିମାନରେ ୨,୪୯,୪୪୭ ଜଣଙ୍କର ସ୍କ୍ରିନିଂ ହୋଇସାରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*