‘କେମ୍‌ ଛୋ ଟ୍ରମ୍ପ’ ମୋଦୀଙ୍କ ସହ ଖେଳିପାରନ୍ତି ଦାଣ୍ଡିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ :
ୱାଶିଂଟନ୍‌/ଅହମ୍ମଦାବାଦ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରଥମ ସରକାରୀ ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦାନ୍ଦିଆ ଖେଳିବା ଦେଖାଯାଇପାରେ । ଏହାପୂର୍ବରୁ ମୋଦୀ ସାବରମତି କୂଳରେ ଚୀନ ରାଷ୍ଟ୍ରପତିଙ୍କ ସହ ଏକାଠି ଦୋଳିରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।
ଟ୍ରମ୍ପ ଫେବୃଆରୀ ୨୪-୨୫ ଭାରତ ଗସ୍ତରେ ଆସୁଛନ୍ତି । ଏହି ଅବସରରେ ‘କେମ୍‌ ଛୋ ଟ୍ରମ୍ପ’କାର୍ଯ୍ୟକ୍ରମର ମଞ୍ଚରେ ଅହମ୍ମଦାବାଦରେ ତାଙ୍କୁ ସ୍ୱାଗତ କରାଯିବ । ଏହାପୂର୍ବରୁ ଟ୍ରମ୍ପ କହିଛନ୍ତି ଯେ, ମୁଁ ଭାରତ ଯାତ୍ରାକୁ ନେଇ ବେଶ ଉତ୍ସାହିତ । ଅନ୍ୟପଟେ ମୋଦୀ ମଧ୍ୟ କହିଛନ୍ତି ଭାରତ ତା’ର ଅତିଥିଙ୍କୁ ଏପରି ସ୍ୱାଗତ କରିବ ଯେ,ଯାହାକୁ ସମେସ୍ତ ମନେରଖିବେ ।
ମୋଦୀ ବୁଧବାର ଟୁଇଟ୍‌ କରି କହିଛନ୍ତି ଟ୍ରମ୍ପ ଏବଂ ତାଙ୍କ ପନôୀ ମେଲେନିଆ ୨୪,୨୫ ଫେବୃଆରୀ ଭାରତ ଗସ୍ତରେ ଆସୁଥିବାନେଇ ଆମେ ବେଶ ଖୁସି । ଏହି ଗସ୍ତ ବେଶ ସ୍ୱତନ୍ତ୍ର । ଏହାଦ୍ୱାରା ଭାରତ ଏବଂ ଆମେରିକାର ବନ୍ଧୁତ୍ୱ ମଜବୁତ ହେବ । ଅନ୍ୟଏକ ଟୁଇଟ୍‌ରେ ସେ କହିଛନ୍ତି ଯେ, ଭାରତ ବିଭିନ୍ନ ପ୍ରସଙ୍ଗରେ ଆମେରିକାକୁ ସହଯୋଗ ଦେଇଆସୁଛି । ଦୁଇଦେଶ ମଧ୍ୟରେ ଘନିଷ୍ଠତା ଖାଲି ଭାରତୀୟ ନାଗରିକଙ୍କୁ ନୁହେଁ ବରଂ ବିଶ୍ୱ ପାଇଁ ଫାଇଦା ହେବ । ଟ୍ରମ୍ପ ବୁଧବାର କହିଛନ୍ତି ଏକ ମଜବୁତ ସମ୍ପର୍କର ଆଶା ନେଇ ମୁଁ ଭାରତ ଯାଉଛି । ଭାରତର ପ୍ରଧାନମନ୍ତ୍ରୀ ମୋର ଜଣେ ଭଲ ବନ୍ଧୁ ଏବଂ ସେ ଜଣେ ଭଲ ବ୍ୟକ୍ତି । ରାଷ୍ଟ୍ରପତି ଭାବେ ଏହା ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ । ଏହା ପୂର୍ବରୁ ରାଷ୍ଟ୍ରପତି ଭାବେ ବାରାକ୍‌ ଓବାମା ୨୦୧୦ ଏବଂ ୨୦୧୫ରେ ଭାରତ ଆସିଥିଲେ । ଟ୍ରମ୍ପ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତରେ ପହଞ୍ଚିବା ପରେ ବିମାନ ବନ୍ଦରରୁ କି୍ରକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ସ୍ୱାଗତ କରିବା ପାଇଁ ଲକ୍ଷାଧିକ ଲୋକ ରହିବେ ।
ଟ୍ରମ୍ପଙ୍କ ଅହମ୍ମଦାବାଦ ଗସ୍ତ ପୂର୍ବରୁ ସର୍ଦ୍ଦାର ପଟେଲ ମୋଟେରା ଷ୍ଟାଡିୟମର ସୁରକ୍ଷାକୁ ବୃଦ୍ଧି କରାଯାଇଛି । ୩୦୦ ରୁ ଅଧିକ ଜବାନ, ଏନ୍‌ଏସଜି ଏବଂ ଏସ୍‌ପିଜି ଷ୍ଟାଡିୟମକୁ ସୁରକ୍ଷା ଦେଉଛନ୍ତି ।
ଏସ୍‌ପିଜି ଆଇଜିଇ ସୁରକ୍ଷାର ସମୀକ୍ଷା ମଧ୍ୟ କାରିସାରିଛନ୍ତି । ଷ୍ଟାଡିୟମର ସୁରକ୍ଷା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୂଚନା ଅନୁସାରେ ଦିଲ୍ଲୀରୁ ମୋଦୀ ଏବଂ ଟ୍ରମ୍ପ ଅହମ୍ମଦାବାଦ ପହଞ୍ଚିବେ । ସେଠାରୁ ହେଲିକପ୍ଟରରେ ଗସ୍ତ କରିବେ ମୋଟେରା ଷ୍ଟାଡିୟମ । କାର୍ଯ୍ୟକ୍ରମ ପରେ ଟ୍ରମ୍ପ ହେଲିକପ୍ଟରରୁ ସିଧା ବିମାନ ବନ୍ଦରକୁ ଯିବେ । କୁହାଯାଉଛି ଯେ,ସେଠାରୁ ସେ ସିଧାସଳଖ ଆମେରିକା ପ୍ରତ୍ୟାବର୍ତ୍ତନ କରିବେ । କେମ୍‌ ଛୋ ଟ୍ରମ୍ପ କାର୍ଯ୍ୟକ୍ରମ ବ୍ୟତିରୋକେ ଟ୍ରମ୍ପ ସାବରମତି ଆଶ୍ରମ ଯାଇପାରନ୍ତି । ଷ୍ଟାଡିୟମରୁ ସଡ଼କ ପଥରେ ଆଶ୍ରମକୁ ଯିବାର କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଚୀନର ରାଷ୍ଟ୍ରପତି ଅହମ୍ମଦାବାଦ ଗସ୍ତ କରି ଫେରିଛନ୍ତି । ତାଙ୍କୁ ଭାରତ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଦନା ଜ୍ଞାପନ କରାଯାଇଥିଲା । ରିଭରଫ୍ରଣ୍ଟରେ ମୋଦୀ-ଜିନପିଙ୍ଗ ଗୋଟିଏ ଦୋଳିରେ ଝୁଲୁଥିବାର ଫଟୋ ମଧ୍ୟ ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା । ଏବେ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ତେଣୁ କିଛି ଏକ ଭିନ୍ନ ଓ ଗ୍ରହଣୀୟ ଭଳି ଯୋଜନା ପ୍ରସ୍ତୁତି କରିବା କ୍ରମରେ ମୋଦୀ ଟ୍ରମ୍ପଙ୍କ ସହ ଦାନ୍ଦିଆ ଖେଳିପାରନ୍ତି ବୋଲି କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*