କେମିଷ୍ଟ୍‌ସ ଏବଂ ଡ୍ରଗିଷ୍ଟ୍‌ସ ସଂଘର ଜିଲ୍ଲା ସମ୍ମିଳନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ବାରିପଦା

ବାରିପଦା ମଧୁବନଠାରେ ମୟୂରଭଞ୍ଜ ଜିଲ୍ଲା କେମିଷ୍ଟ୍ସ ଏବଂ ଡ୍ରଗିଷ୍ଟ୍‌ସ ସଂଘର ବାର୍ଷିକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟ ସଂଘ ସଭାପତି ପି. ସତ୍ୟନାରାୟଣ, ଡ୍ରଗ୍ସ ଇନସ୍ପେକ୍ଟେର ଉମାଶଙ୍କର ମେହେର, ପୂର୍ବତନ ରାଜ୍ୟ ସଭାପତି ସୁଢଳ ବିହାରୀ ମହାନ୍ତି, ରାଜ୍ୟ ସଙ୍ଗଠନ ସମ୍ପାଦକ ବନଜ ଜେନା, ରାଜ୍ୟ ଉପସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ସମ୍ପାଦକ ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଔଷଧ ବ୍ୟବସାୟୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ଲାଇନ ଔଷଧ ବିତରଣକୁ ବକ୍ତାମାନେ ବିରୋଧ କରିଥିଲେ । ଜିଲ୍ଲାର ଔଷଧ ଦୋକାନଗୁଡିକର ନବୀକରଣ ଏବଂ ନୂତନ ଔଷଧ ଦୋକାନ ପାଇଁ ଲାଇସେନ୍ସ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଦାନ କରିବାକୁ ବକ୍ତାମାନେ ଦାବି କରିଥିଲେ । ଆଗାମୀ ୩ ବର୍ଷ ପାଇଁ ଜିଲ୍ଲା ସଂଘର ସଭାପତି ଭାବେ ବିକାଶ ଚନ୍ଦ୍ର ମହାନ୍ତ, ସମ୍ପାଦକ ଭାବେ ମାନସ ରଞ୍ଜନ ମହାନ୍ତି ଓ ସମ୍ପାଦକ ଭାବେ ଅମୀୟ କୁମାର ମହାପାତ୍ରଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*