କେନ୍ଦ୍ର ସରକାରଙ୍କ ଦୀପାବଳି ଉପହାର ୫% ବଢିଲା ମହଙ୍ଗା ଭତ୍ତା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ମୋଦୀ ସରକାର ସରକାରୀ କର୍ମଚାରୀ ଏବଂ ପେନସନ୍‌ ଭୋଗୀଙ୍କୁ ଦେଇଛନ୍ତି ଦୀପାବଳି ଉପହାର । ସରକାର ବୁଧବାର ମହଙ୍ଗାଭତ୍ତାକୁ ୫% ବୃଦ୍ଧି ଘୋଷଣା କରିଛନ୍ତି । ଏହାଫଳରେ ୫୦ଲକ୍ଷ କର୍ମଚାରୀ ଏବଂ ୬୫ଲକ୍ଷ ପେନସନ୍‌ ଭୋଗୀଙ୍କୁ ଫାଇଦା ହେବ । ଏହି ବର୍ଦ୍ଧିତ ଦର ଚଳିତ ବର୍ଷ ଜୁଲାଇରୁ ଲାଗୁ ହେବ ।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ, ସରକାର ମହଙ୍ଗା ଭତ୍ତାକୁ ୧୨% ରୁ ୧୭%କୁ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ହୋଇଛି । ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସରକାରୀ ରାଜକୋଷ ଉପରେ ୧୬ହଜାର କୋଟିର ଅତିରିକ୍ତ ବୋଝ ପଡିବ । ଯାହା ରାଜସ୍ୱ ନିଅଣ୍ଟକୁ ନେଇ ସରକାରଙ୍କ ଚିନ୍ତା ବଢାଇବ । ଜାଭେଡକର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସରକାର ଆଶାକର୍ମୀଙ୍କ ଦେୟ ୧ ହଜାର ଟଙ୍କାରୁ ୨ହଜାର ଟଙ୍କା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀକ ିକିଶାନ ସମ୍ମାନନିଧି ଅନ୍ତର୍ଗତ ଲାଭ ପାଇଁ ଏବେ ୩୦ ନଭେମ୍ବର ପର୍ଯ୍ୟନ୍ତ ଆଧାରକୁ ସଂଯୋଗ କରାଯାଇପାରିବ । ମହଙ୍ଗାଭତ୍ତାରେ ଏହି ବୃଦ୍ଧି ପ୍ରଥମ ଥର ପାଇଁ ହୋଇଥିବା ସର୍ବାଧିକ ବୃଦ୍ଧି ଅଟେ । ପୂର୍ବରୁ କୌଣସି କେନ୍ଦ୍ର ସରକାର ଏଥିରେ ୫%ର ବୃଦ୍ଧି କରିନଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*