କେନ୍ଦ୍ର ଯୋଜନାଠାରୁ କାଳିଆ ଯୋଜନା ଭଲ : ମୁଖ୍ୟମନ୍ତ୍ରୀ ୨ୟ ପର୍ଯ୍ୟାୟରେ ୧୪ଲକ୍ଷ ଚାଷୀ ପାଇଲେ କାଳିଆ ସହାୟତା ଟଙ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
କାଳିଆ ଯୋଜନାରେ ଗୁରୁବାର ରାଜ୍ୟର ୧୪ ଲକ୍ଷରୁ ଅଧିକ ଚାଷୀ ସାମିଲ ହେଲେ । ପ୍ରଥମ ପର୍ଯ୍ୟାୟରେ ପୁରୀରେ ୧୨ଲକ୍ଷରୁ ଅଧିକ ଚାଷୀ ଉପକାର ପାଉଥିବା ବେଳେ କେନ୍ଦ୍ରାପଡ଼ାରେ ୩ ଲକ୍ଷ ୫୦ ହଜାର ଭୂମିହୀନ ଚାଷୀ ଉପକାର ପାଇଥିଲେ । ଗୁରୁବାର ବରଗଡ଼ରେ ୨ୟ ପର୍ଯ୍ୟାୟରେ ୧୪ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ଟଙ୍କା ଦିଆଯାଇଛି । ବରଗଡ଼ର ଇଛାପାଲୀଠାରେ ଆୟୋଜିତ ଏକ ବିରାଟ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ୟ ପର୍ଯ୍ୟାୟରେ ୭ଶହ କୋଟି ଟଙ୍କାର କାଳିଆ ସହାୟତା ରାଶି ୧୪ଲକ୍ଷରୁ ଅଧିକ ଚାଷୀଭାଇଙ୍କ ଆକାଉଣ୍ଟକୁ ହସ୍ତାନ୍ତର କାର୍ଯ୍ୟ ସଂପନ୍ନ କରିଥିଲେ ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଚାଷୀ ଆମର ଗୌରବ । ଚାଷୀର ତ୍ୟାଗ ଓ ପରିଶ୍ରମ ପାଇଁ ସମସ୍ତ ଦେଶ କୃତଜ୍ଞ । ଚାଷୀକୁ ତାର ହକ ଦେବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ରାଜ୍ୟ ସରକାର କାଳିଆ ଯୋଜନା ଚାଷୀର ସ୍ୱାର୍ଥ ରକ୍ଷା ପାଇଁ ଏକ ବଳିଷ୍ଠ ପଦକ୍ଷେପ । ସାରା ଦେଶରେ ଏହି ଯୋଜନାକୁ ପ୍ରଶଂସା କରିଯାଇଛି । ରାଜ୍ୟର କୃଷି ଅର୍ଥନୀତିକୁ କାଳିଆ ଯୋଜନା ସମୃଦ୍ଧ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶାବ୍ୟକ୍ତ କରିଥିଲେ । ଗରିବୀ ଦୂର କରିବା ଏବଂ ଚାଷୀର ଅବସ୍ଥାରେ ଉନ୍ନତି ଆଣିବା ପାଇଁ କାଳିଆ ଯୋଜନା ଅମୋଘ ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କିଛି ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ମୁଖ୍ୟମନ୍ତ୍ରୀ ସମାଲୋଚନା କରିବା ସହିତ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଥିଲେ ।
କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରୁ ଭୂମିହୀନ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକକୁ ବଞ୍ଚôତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭପ୍ରକାଶ କରିଥିଲେ ଏବଂ ସେମାନଙ୍କୁ କେନ୍ଦ୍ର ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ତେଣୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କାଳିଆ ଯୋଜନା କେନ୍ଦ୍ର ଯୋଜନା ଠାରୁ ବହୁତ ଭଲ । ୬ ହଜାର ଟଙ୍କା ବଦଳରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋହେଲା-ନୂଆପଡ଼ା ବିଜୁ ଏକ୍ସପ୍ରେସ ୱେର ଉଦ୍‌ଘାଟନ ସହିତ ଗଙ୍ଗାଧର ମେହର ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ସମେତ ୨୧ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ ।
ହଳଧର ବାଗ କୋଶଳୀ, ସମ୍ବଲପୁରୀ ସାହିତ୍ୟ ଗବେଷଣା କେନ୍ଦ୍ର ନିମନ୍ତେ ରାଜ୍ୟ ସରକାର ୨୫ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ । ବରଗଡ଼ର ଟାଟା କ୍ୟାନସର ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯିବା ଏବଂ ବରଗଡ଼ ଚିନିକଳର ପୁନରୁଦ୍ଧାର ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*