କେନ୍ଦ୍ରାପଡା କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟ ସଭାପତି ପଦରୁ ପ୍ରମୋଦ ବରଖାସ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କେନ୍ଦ୍ରାପଡା

ଯୌନ ଶୋଷଣ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ସଭାପତି ପ୍ରମୋଦ ସାହୁଙ୍କୁ ମଙ୍ଗଳବାର ସମବାୟ ନିବନ୍ଧକ ବରଖାସ୍ତ କରିଛନ୍ତି । ଗତ ୪ ତାରିଖରେ ସମବାୟ ନିବନ୍ଧକ ତାଙ୍କୁ ସଭାପତି ପଦବୀରୁ ନିଲମ୍ବିତ କରିବା ସହ ଉପସଭାନେତ୍ରୀଙ୍କ ଉପରେ ସଭାପତି ପଦବୀ ଦାୟିତ୍ୱ ନ୍ୟସ୍ତ କରିଥିଲେ । ତେବେ ତାଙ୍କୁ ଏହି ପଦବୀରୁ କାହିଁକି ବରଖାସ୍ତ କରାନଯିବା ବୋଲି ନିବନ୍ଧକଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ଶ୍ରୀ ସାହୁ ଦେଇଥିବା ଉତ୍ତରରେ ସମବାୟ ନିବନ୍ଧକ ସନ୍ତୁଷ୍ଟ ହୋଇପାରିନାହାନ୍ତି । ଯୌନ ଶୋଷଣ ଭଳି ଅଭିଯୋଗ ଆସିବା ଏବଂ ଗଣମାଧ୍ୟମରେ ଏହାର ବ୍ୟାପକ ପ୍ରସାର ହେବା ଫଳରେ ସୋସାଇଟର ଭାବମୂର୍ତ୍ତି ନଷ୍ଟ ହୋଇଥିଲା । ପୁଲିସ ତାଙ୍କୁ ଏହି ଅଭିଯୋଗରେ ଗିରଫ କରିବା ପରେ ସୋସାଇଟର ସଭ୍ୟ ସଭ୍ୟା ଓ ଜମାକାରୀଙ୍କର ଆସ୍ଥା ତୁଟିଥିଲା । କର୍ମଚାରୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଥିଲା । ଏହା ଗୁରୁତର ଭାବେ ସୋସାଇଟର ସୁନାମକୁ କ୍ଷତିଗ୍ରସ୍ତ କରିଥିଲା ବୋଲି ଦର୍ଶାଇ ସୋସାଇଟର ସ୍ୱାର୍ଥ ପାଇଁ ନିବନ୍ଧକ ଓଡ଼ିଶା କୋ-ଅପରେଟିଭ ସୋସାଇଟ ଆକ୍ଟ ୧୯୬୨ ଧାରା ୩୨(୮) ଅନୁଯାୟୀ ଶ୍ରୀ ସାହୁଙ୍କୁ ଆଜି ସଭାପତି ପଦବୀରୁ ବରଖାସ୍ତ କରିଛନ୍ତି । ଉପସଭାପତି ଏହି ସୋସାଇଟର ସଭାପତି ନିର୍ବାଚନ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରି ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*