କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବାତ୍ୟା ସମୀକ୍ଷା ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଭଦ୍ରକ ଗସ୍ତରେ ଆସି ବାତ୍ୟା ‘ବୁଲ୍ବୁଲ୍’ କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ଚାନ୍ଦବାଲି ବ୍ଳକ ଗସ୍ତ କରି ସେଠାରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ପରେ ଚାନ୍ଦବାଲି ବ୍ଳକ ପରିସରରେ ବାତ୍ୟା ପୀଡ଼ିତଙ୍କ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର କୁମାର ପନ୍ଦା, ଚାନ୍ଦବାଲି ତହସିଲଦାର, ବିଡିଓଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ସେଠାରୁ ଫେରି ଆୟୁକ୍ତ ଶ୍ରୀଯୁକ୍ତ ସାମଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା କରିଥିଲେ । ବାତ୍ୟାରେ ଫସଲ କ୍ଷତିର ସଠିକ୍ ଆକଳନ ତୁରନ୍ତ କରିବାକୁ ଜିଲ୍ଲା କୃଷି ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଏହା ବ୍ୟତୀତ ବାତ୍ୟାରେ ଭାଙ୍ଗିଥିବା କଚ୍ଚାଘର, କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟର ତୁରନ୍ତ ମରାମତି, ବ୍ୟାହତ ହୋଇଥିବା ବିଦୁ୍ୟତ ସରବରାହକୁ ତୁରନ୍ତ ନିୟମିତ କରିବାକୁ ଲାଇନ ଡିପାର୍ଟମେଣ୍ଟକୁ ନିଦେ୍ର୍ଦଶ ଦେଇଥିଲେ । ବାତ୍ୟା ‘ବୁଲବୁଲ୍’ରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର ବ୍ଳକ ବିଶେଷ କ୍ଷତି୍ରଗସ୍ତ ହୋଇଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଥିଲା । ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ଜିଲ୍ଲାର ୭ଟି ବ୍ଳକର ମୋଟ ୯୮୦ଟି ଗ୍ରାମ ପ୍ରଭାବିତ ହୋଇଛି । ଏଥିରେ ପାଖାପାଖି ୫ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମୋଟ ୪୪୯୪ଟି ଘର ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଛି । ତେବେ ଘରଭଙ୍ଗା ସଂକ୍ରାନ୍ତରେ ରାଜସ୍ୱ ବିଭାଗ ସଠିକ୍ ଆକଳନ କରି ନିର୍ଭୁଲ ତଥ୍ୟ ୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ଶ୍ରୀଯୁକ୍ତ ସାମଲ ନିଦେ୍ର୍ଦଶ ଦେଇଥିବା ବେଳେ ଏଥିରେ ଭୁଲ ତଥ୍ୟର ପ୍ରମାଣ ମିଳିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ୧୦୦ରୁ ଊଦ୍ଧ୍ୱର୍ ୧୧କେଭି ଟ୍ରାନ୍ସଫର୍ମର, ୮ଟି ୩୩ କେଭି ଟ୍ରାନ୍ସଫର୍ମର ଏବଂ ୩୦ରୁ ଊଦ୍ଧ୍ୱର୍ ଛୋଟ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି । ତେବେ ବିଦୁ୍ୟତ ବିଭାଗ ପକ୍ଷରୁ ଏହାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହା ଆସନ୍ତା ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସଚଳ ହୋଇଯିବ ବୋଲି ବିଦୁ୍ୟତ ବିଭାଗ ପକ୍ଷରୁ କୁହାଯାଇଥିଲା । ଜିଲ୍ଲାରେ ମୋଟ ୬୦ ହଜାର ହେକ୍ଟର ଜମିରେ ଫସଲ କ୍ଷତି ହୋଇଥିବା କୃଷି ବିଭାଗ ପ୍ରାଥମିକ ଆକଳନ କରିଥିବା ସୂଚନା ଦେଇଥିଲେ । ଫସଲ କ୍ଷତିର ରିପୋର୍ଟ ୫ ଦିନ ମଧ୍ୟରେ ସରକାରଙ୍କୁ ଦେବାକୁ ଆୟୁକ୍ତ ଶ୍ରୀଯୁକ୍ତ ସାମଲ ନିଦେ୍ର୍ଦଶ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*