କେନ୍ଦ୍ରର ଘୋଷଣା ପରେ:ରାଜ୍ୟମାନେ ନେଇପାରିବେ ୪.୨୮ଲକ୍ଷ କୋଟି ଅତିରିକ୍ତ ଋଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ରାଜ୍ୟମାନଙ୍କୁ ମୋଟ ଋଣ ଉଠାଇବାର ସୀମାକୁ ବୃଦ୍ଧି କରି ୫% କରିବାର ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟମାନେ ରାଜ୍ୟର ମୋଟ ଘରୋଇ ଉତ୍ପାଦନ ୩% ପର୍ଯ୍ୟନ୍ତ ବଜାରରୁ ଋଣ ନେଇ ପାରୁଥିଲେ । ଏହି ପଦକ୍ଷେପ ଦ୍ୱାରା ରାଜ୍ୟମାନଙ୍କୁ ୪.୨୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଅର୍ଥ ପାଇପାରିବେ । ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ପ୍ୟାକେଜର ଶେଷ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।
ସୀତାରମଣ କହିଛନ୍ତି ଯେ, ରାଜ୍ୟମାନଙ୍କ ପାଇଁ ଋଣ ନେବାର ସୀମାକୁ କରାଯାଇଥିବା ବୃଦ୍ଧି ସ୍ୱତନ୍ତ୍ର ସୁଧାର ସହ ସଂପୃକ୍ତ । ଏହି ସୁଧାର ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଆପଣାଇବା, ବ୍ୟବସାୟିକ ସୁଗମତା, ବିଜୁଳି ବିତରଣ ଏବଂ ସହର ଏବଂ ଗ୍ରାମୀଣ ଉନ୍ନତିକୁ ନେଇ ରହିବ । କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କରୋନା ଭାଇରସ ସଂକଟ ଦୃଷ୍ଟିରୁ ଋଣସୀମାକୁ ବୃଦ୍ଧି କରିବା ପାଇଁ ଦାବି କରିଥିଲେ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟମାନେ ସେମାନଙ୍କର ଅଧିକୃତ ସୀମାର କେବଳ ୧୪% ଧାର ନେଇଛନ୍ତି । ୮୬% ଅଧିକୃତ ଋଣ ସୀମାର ବର୍ତ୍ତମାନ ସୁଦ୍ଧା ଉପଯୋଗରେ ଅଣାଯାଇନାହିଁ । ଏହା ସତ୍ତ୍ୱେ ଋଣ ସୀମାକୁ ଜିଏସ୍‌ବିବିର ୩%ରୁ ୫%କୁ ବୃଦ୍ଧି କରିବାକୁ ରାଜ୍ୟମାନେ ଦାବି କରୁଥିଲେ । ବର୍ତ୍ତମାନର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ସୀମାକୁ ବୃଦ୍ଧି କରିଛନ୍ତି । ଋଣ ନେବାର ଏହି ବୃଦ୍ଧି କେବଳ ୨୦୨୦-୨୧ ବର୍ଷ ପାଇଁ କରାଯାଇଛି । ଏହାଦ୍ୱାରା ରାଜ୍ୟମାନଙ୍କୁ ୪.୨୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସଂସାଧନ ମିଳିବ । ସୀତାରମଣ କହିଛନ୍ତି ଯେ, ୩%ରୁ ଅଧିକ ଅତିରିକ୍ତ ସୀମା ମଧ୍ୟରୁ ୦.୫୦% ବୃଦ୍ଧି ବିନା ସର୍ତ୍ତରେ ଦିଆଯିବ । ୦.୨୫-୦.୨୫% ୪ କିସ୍ତିରେ ଅର୍ଥାତ ମୋଟ ୧% ବୃଦ୍ଧି ଋଣ ସ୍ପଷ୍ଟ ଭାବେ ବ୍ୟବସ୍ଥାର ସୁଧାର ପାଇଁ ଉପଲବ୍ଧ ରହିବ । ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁ ଯେ ଋଣ ବାବଦରେ ନିଆଯାଉଥିବା ଅର୍ଥର ବ୍ୟବହାର ଗରିବଙ୍କ ଲାଭ ବାବଦରେ ବିନିଯୋଗ ହେଉ । ଜିଲ୍ଲା ସ୍ତରରେ ବ୍ୟବସାୟର ସୁଗମତା, ବିଜୁଳି ବିତରଣ ଓ ଏହି ସମ୍ବନ୍ଧୀୟ ସୁବିଧା, ଗୋଟିଏ ଦେଶ ଗୋଟିଏ ରାସନ ଲାଗୁ କରିବା ଆଦି ରାଜ୍ୟ ସରକାରଙ୍କ ସାମୁହିକ ଦାୟିତ୍ୱ । ଉକ୍ତ ବର୍ଦ୍ଧିତ ଋଣ ପରିମାଣ ଏହି ବାବଦରେ ଖର୍ଚ୍ଚ ହେବା ଦରକାର । ସୀତାରମଣ ପୁଣି କହିଛନ୍ତି ଯେ, ରାଜସ୍ୱ ସଂଗ୍ରହ ବଜେଟ ଅନୁମାନରୁ ବେଶ କମ୍‌ ରହିବା ସତ୍ତ୍ୱେ କେନ୍ଦ୍ର ଏପି୍ରଲରେ ରାଜ୍ୟମାନଙ୍କୁ ଟିକସ ପ୍ରାପ୍ତି ଅର୍ଥରୁ ୪୬,୦୩୮ କୋଟି ଟଙ୍କା ଦେଇଛି । କେନ୍ଦ୍ର ସରକାରଙ୍କ ଆଗରେ ରାଜସ୍ୱ ସଂଗ୍ରହ କମ ସତ୍ତ୍ୱେ ରାଜ୍ୟମାନଙ୍କୁ ଏପି୍ରଲ-ମେ’ରେ ମୋଟ ୧୨,୩୯୦ କୋଟି ଟଙ୍କାର ରାଜସ୍ୱ ଘାଟା ଅନୁଦାନ ପ୍ରଦାନ କରାଯାଇଛି । ଏଥିସହ ଏପି୍ରଲ ମାସର ପ୍ରଥମ ସପ୍ତାହରେ ଏସ୍‌ଡିଆରଏଫ୍‌କୁ ଅଗ୍ରୀମ ଭାବେ ୧୧,୦୯୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଓଭରଡ୍ରାଫ୍ଟ ସୀମାକୁ ମଧ୍ୟ ବଢ଼ାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*